୭୫ ବର୍ଷ ପରେ ଲାଲଗଡ଼ ଫୁଲଡୁମେରରେ ଉଡ଼ିଲା ତ୍ରିରଙ୍ଗା

By

Published : Aug 15, 2022, 10:11 PM IST

thumbnail

ଭବାନୀପାଟଣା: ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ପାଳିତ ହେଉଛି ଅମୃତ ମହୋତ୍ସବ । ହେଲେ ଆଜି ବି କଳାହାଣ୍ଡି ଜିଲ୍ଲାର ଲାଲଗଡ଼ ଭାବେ ପରିଚିତ ନିୟମଗିରି ପାହାଡ଼ର ପାଦ ଦେଶରେ ଥିବା ଫୁଲଡୁମେର ଗାଁର ଆଦିବାସୀ ଦେଖି ନଥିଲେ ତ୍ରିରଙ୍ଗା । ଦେଶ ସ୍ଵାଧୀନ ହେବା ପରଠାରୁ ଏହି ଅଞ୍ଚଳରେ କେବେ ହେଲେ ସ୍ବାଧୀନତା ଦିବସ ପାଳନ ହୋଇନଥିଲା । ଯେଉଁ ଅଞ୍ଚଳରେ ଦିନେ ବନ୍ଧୁକ ମୁନରେ ଲାଲ ଝଣ୍ଡା ଉଡୁଥିଲା ଏବଂ ସ୍ବାଧୀନତା ଦିବସକୁ କଳା ଦିବସ ଭାବରେ ପାଳନ କରାଯାଉଥିଲା, ଆଜି ସେହି ଅଞ୍ଚଳରେ ସ୍ବାଧୀନତା ଦିବସ ପାଳନ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଭବାନୀପାଟଣାର ପ୍ରଦେଶୀ ପଡା ଯୁବକ ସଂଗଠନ ପକ୍ଷରୁ 30 ଫୁଟ ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା । ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.