କାହିଁକି ବଢୁଛି ପେଟ୍ରୋଲ ଦର ? ମୋଦିଙ୍କୁ ଦେବୁ ସାଇକେଲ

By

Published : Feb 15, 2021, 10:20 PM IST

thumbnail

ଭୁବନେଶ୍ବର: ସାରା ରାଜ୍ୟରେ ଆଜି(ସୋମବାର) ତୈଳ ଓ ଇନ୍ଧନ ଗ୍ୟାସ ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ଯେଉଁଥିରେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କେନ୍ଦ୍ର ସରକାର ଓ ନରେନ୍ଦ୍ର ମୋଦିଙ୍କ ଉପରେ ଜୋରଦାର ବର୍ଷିଥିବା ଦେଖିବାକୁ ମିଳୁଛି । ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ସମୟରେ ସୁର ହିନ୍ଦୀରେ ଜୋରସୋର ବର୍ଷିଛନ୍ତି । ଏହାସହ ପେଟ୍ରୋଲ ଓ ଡିଜେଲର ଦରଦାମ 100 ଟଙ୍କା ବୃଦ୍ଧି ଫଳରେ କିପରି ଜଣେ ସାଧାରଣ ଲୋକ ସମସ୍ୟାର ସମ୍ମୁଖୀନ ହେଉଛି, ସେନେଇ କହିବା ସହ ଏକ ସାଇକେଲ ନରେନ୍ଦ୍ର ମୋଦିଙ୍କୁ ଭେଟି ଦିଆଯିବ ବୋଲି ସୁର କହିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.