Petrol Price Hike: ବିବାହ ଭୋଜିରେ ନବଦମ୍ପତିଙ୍କୁ ମିଳିଲା ପେଟ୍ରୋଲ ଗିଫ୍ଟ

By

Published : Dec 5, 2021, 1:36 PM IST

thumbnail

ବାଲେଶ୍ବର: ବିବାହ ରିସେପସନରେ ସାମିଲ ହେଲେ ଆଉ ଗିଫ୍ଟ ଦେଲେ ପେଟ୍ରୋଲ। ପେଟ୍ରୋଲ ଦରବୃଦ୍ଧିକୁ ନେଇ ସାଧାରଣ ଲୋକ ଅସୁବିଧା ଭୋଗୁଥିବା ବେଳେ ବିବାହ ଭୋଜିରେ ଉପହାର ସ୍ବରୂପ ୫ ଲିଟର ପେଟ୍ରୋଲ ଗିଫ୍ଟ ଦିଆଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଜିଲ୍ଲାର ସୋର ବ୍ଲକ ସାରୁପଦା ଗ୍ରାମରେ ତାପସ କୁମାର ଯଶମୁଖଙ୍କ ବିବାହ ଭୋଜି ଚାଲିଥିଲା । ତାଙ୍କର ସାଙ୍ଗ ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ରହିମତ ଅଲ୍ଲୀ ତାଙ୍କୁ ଉପହାର ସ୍ବରୂପ 5 ଲିଟର ପେଟ୍ରୋଲ ପ୍ରଦାନ କରିଥିଲେ। ଏହି ଉପହାରକୁ ଦେଖି ସେଠାରେ ଉପସ୍ଥିତ ବନ୍ଧୁ ପରିଜନ ଚକିତ ହୋଇଥିଲେ। ତେବେ ପୂର୍ବରୁ ପିଆଜ ଦର ବୃଦ୍ଧି ବେଳେ ମଧ୍ୟ ଉପହାରରେ ପିଆଜ ପ୍ରଦାନ କରାଯାଇଥିବା ନଜିର ରହିଛି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.