ଅଲମ୍ପିକ ପଦକ ଜିତିବା ପାଇଁ କଠିନ ପରିଶ୍ରମ କରୁଛୁ: ଦୀପଗ୍ରେସ ଏକ୍କା

By

Published : Jun 18, 2021, 10:49 PM IST

thumbnail

ଭୁବନେଶ୍ବର: ଟୋକିଓ ଅଲମ୍ପିକ ପାଇଁ ଘୋଷଣା ହୋଇଛି ଭାରତୀୟ ହକି ଦଳର ଉଭୟ ପୁରୁଷ ଓ ମହିଳା ଦଳ। ଭରତୀୟ ମହିଳା ହକି ଦଳରେ ସ୍ଥାନ ପାଇଛନ୍ତି ଏକମାତ୍ର ଓଡିଆ ଝିଅ ଦୀପଗ୍ରେସ ଏକ୍କା । ଭାରତୀୟ ଅଲମ୍ପିକ ଟିମରେ ସାମିଲ ହେବାପରେ ନିଜର ପ୍ରଥମ ପ୍ରତିକ୍ରିୟାରେ ବେଶ ଖୁସି ବ୍ୟକ୍ତ କରିଛନ୍ତି ଦୀପଗ୍ରେସ ଏକ୍କା । ବର୍ତ୍ତମାନ ଦଳ ବେଙ୍ଗାଲୁରୁର ପ୍ରଶିକ୍ଷଣ ତଥା ଦଳୀୟ ଶିବିର ଚାଲିଛି ଖେଳାଳି ମାନେ ବେଶ ଝାଳ ବୁହାଉଛନ୍ତି । ଯାହା ଆଗାମୀ ଅଲମ୍ପିକରେ ଦଳକୁ ପଦକ ଦିଗରେ ସହାୟକ ହେବ ବୋଲି ଦୀପଗ୍ରେସ କହିଛନ୍ତି । ଏହା ସହ ସେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ହକିକୁ ଆଗକୁ ନେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେହିପରି ପୁରୁଷ ଦଳରେ ଦୁଇ ଓଡିଆ ତାରକା ହକି ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.