ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

By ETV Bharat Odisha Team

Published : Dec 23, 2023, 9:05 PM IST

thumbnail

Young Man died in Elephant attack; ଖୋର୍ଦ୍ଧା : ଖୋର୍ଦ୍ଧା ଛତିପୁରୁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ଜଙ୍ଗଲ ଭିତରେ ଏକ 22 ଟିକିଆ ହାତୀ ପଲ ଥିବା ଜାଣି କିଛି ଯୁବକ ଦେଖିବାକୁ ଯାଇଥିଲେ ।  ସେହି ସମୟରେ ହାତୀ ଆକ୍ରମଣ କରିଥିଲା । ଛତିପୁରୁ ଗ୍ରାମର ନବକିଶୋରଙ୍କ ପୁଅ ବିଧାନ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ ଘୋଷଣା କରିଛନ୍ତି । ଏକ 22 ଟିକିଆ ହାତୀ ପଲ ସେହି ଅଞ୍ଚଳରେ 4 ଦିନ ହେବ ଉତ୍ପାତ କରୁଛନ୍ତି । ଘଟଣା ସ୍ଥଳରେ ବନ ବିଭାଗ ଥିବା ସତ୍ତ୍ୱେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାରୁ ସେହି ଅଞ୍ଚଳରେ ଏବେ ଉତେଜନା ଲାଗିରହିଛି ।

ଏହା ମଧ୍ୟ ପଢ଼ନ୍ତୁ... କଲ୍ୟାଣସିଂହପୁର ଅଞ୍ଚଳରେ ହାତୀ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

ଦୃତ ଜଙ୍ଗଲକ୍ଷୟ ସାଙ୍ଗକୁ ଜଙ୍ଗଲୀ ଜନ୍ତୁଙ୍କ ପାଇଁ ଖାଦ୍ୟର ଅଭାବ ସେମାନଙ୍କୁ ଜନବସତି ଆଡକୁ ଟାଣି ଆଣୁଛି । ବିଶେଷ କରି ବାରମ୍ବାର ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ହାତୀ ମଣିଷ ଲଢେଇରେ କେତେବେଳେ ହାତୀ ତ ଆଉ କେତେବେଳେ ମଣିଷର ଜୀବନ ଯାଉଛି । ଗତ କିଛିଦିନ ଧରି ଖୋର୍ଦ୍ଧା ଅଞ୍ଚଳରେ ଜଙ୍ଗଲୀ ହାତୀ କ୍ଷେତରେ ପାଚିଲା ଧାନ ଫସଲ ନଷ୍ଟ କରୁଛନ୍ତି । 22 ଟିକିଆ ହାତୀ ପଲ କିଛିଦିନ ହେବ ଉତ୍ପାତ ଚଳାଇ ଥିବା ବେଳେ ଆଜି ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.