ଆଜି ବିଜୟା ଦଶମୀ, କଣ ରହିଛି ପୂଜାବିଧି ଜାଣନ୍ତୁ

By ETV Bharat Odisha Team

Published : Oct 24, 2023, 3:49 PM IST

thumbnail

କଟକ: ଆଜି(ମଙ୍ଗଳବାର) ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । ତେବେ ଆଜି ଦଶହରା ପର୍ବର ଶେଷ ପୂଜା ପାଇଁ ସିଲଭର ସିଟି କଟକ ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ଚାରିଆଡ଼େ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ପୂଜକଙ୍କ ପୂଜା ପାଠରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିଛି । ଶ୍ରଦ୍ଧାଳୁମାନଙ୍କ ଗହଳି ଚହଳି ସହରର ବିଭିନ୍ନ ପୂଜା ମଣ୍ଡପରେ ଲାଗି ରହିଛି । ମା'ଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିବା ଲାଗି ଶ୍ରଦ୍ଧାଳୁମାନେ ପୂଜା ମଣ୍ଡପରେ ଭିଡ଼ ଜମାଇଛନ୍ତି । ତେବେ ଆଜିର ଏହି ଦଶମୀ ପୂଜାର ବିଶେଷତ୍ୱ କଣ ରହିଛି ?  କେଉଁ କେଉଁ ରୀତିନୀତିରେ ମା' ଦଶଭୂଜାଙ୍କ ପୂଜା କରାଯାଏ ? ତମାମ ପ୍ରସଙ୍ଗ ଉପରେ ପୂଜକ ପଣ୍ଡିତ ହିମାଂଶୁ ଭୂଷଣ ରଥଶର୍ମାଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.