ଡିଏଫ୍‌ଓ ବିଜୟ କୁମାର ପରିଡ଼ାଙ୍କ ପୈତୃକ ଘର ଉପରେ ଭିଜିଲାନ୍ସ ରେଡ଼

By ETV Bharat Odisha Team

Published : Aug 24, 2023, 10:41 PM IST

Updated : Aug 25, 2023, 9:24 AM IST

thumbnail

ଯାଜପୁର: ଦାନଗଦି ବ୍ଲକ୍ ଅନ୍ତର୍ଗତ କୁମ୍ଭୀରଗଡିଆ ପଞ୍ଚାୟତର ଦାମୋଦରପୁର ଗାଁରେ ଭିଜିଲାନ୍ସ ଚଢ଼ାଉ କରିଛି । ସୂଚନା ମୁତାବକ ଡିଏଫଓ  ବିଜୟ କୁମାର ପରିଡ଼ାଙ୍କ ପୈତୃକ ଘର ଉପରେ ଭୁବନେଶ୍ୱର ଭିଜିଲାନ୍ସ ତରଫରୁ ଆୟ ବହିର୍ତ୍ତତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ବିଜୟ କୁମାର ପରିଡ଼ା ରାୟଗଡ଼ା ବନଖଣ୍ଡର ଉଚ୍ଚ ପଦସ୍ଥ ଅଧିକାରୀ ଡିଏଫଓ ଭାବରେ କାର୍ଯ୍ୟରତ ଅଛନ୍ତି । ଭିଜିଲାନ୍ସ ଦଳର ଏକ ଛଅ ଜଣିଆ ଟିମ୍ ତାଙ୍କ ଘର ଉପରେ ଚଢ଼ାଉ କରି ଘରବାଡ଼ି ଠାରୁ ଆରମ୍ଭ କରି ଜମି ଜମା ପର୍ଯ୍ୟନ୍ତ ମାପଚୁପ କରିଥିଲେ । ବିଜୟ କୁମାରଙ୍କ ପରିବାର ଗାଁରେ ରହୁନଥିବାରୁ ତାଙ୍କ ଗୃହରେ ତାଲା ପଡ଼ିଥିଲା। ଭିଜିଲାନ୍ସ ଟିମ୍ ତାଲା ଭାଙ୍ଗି ଘର ସବୁ ଖୋଜା ଖୋଜି କରିଥିଲେ। ଘରେ ଥିବା ତାଙ୍କ ଆସବାବ ପତ୍ରର ମୂଲ୍ୟାୟନ କରିଥିଲେ। ଘରୁ ପ୍ରାୟ କିଛି ଆସବାବ ପତ୍ର ଓ ରାବଣା ମୌଜାର ପଟାର ଛଡା କିଛି ମିଳିନଥିବାର ସୂଚନା ମିଳିଛି ।

ଅନ୍ଯପଟେ ରାୟଗଡାରେ ଥିବା ଡିଏଫଓଙ୍କ ସରକାରୀ ବାସଭବନରୁ 1 ଲକ୍ଷ 24 ହଜାର 600 ଟଙ୍କା ସହ 650 ଗ୍ରାମ ସୁନା ଅଳଙ୍କାର, ଗୋଟିଏ ମାରୁତି କାର , 2 ଟି ମଟରସାଇକେଲ ସାଙ୍ଗକୁ 17 ଲକ୍ଷ 87 ହଜାର ଟଙ୍କାର ଘରକରଣା ସାମଗ୍ରୀ ଜବତ କରିଛି ଭିଜିଲାନ୍ସ ବିଭାଗ । ସେହିଭଳି ରାନିଗୁଡା ଫାର୍ମରେ ଥିବା ସରକାରୀ ଅଫିସରେ ମଧ୍ୟ ଚଢାଉ ହୋଇଥିବାବେଲେ ସେଠି କିଛି ଫାଇଲକୁ ଜବତ କରିଛି ଭିଜିଲାନ୍ସ ବିଭାଗ । ଭୁବନେଶ୍ବର ପଟିଆରେ ଥିବା ଆଶୀର୍ବାଦ ପ୍ଲାଜାର ତୃତୟା ମହଲାରେ ଏକ ଫ୍ଲାଟ , କଟକରେ ଶ୍ରୀ କରୁଣାରେ ଚାଲିଥିବା ଏକ ନିର୍ମାଧିନ ବିଲ୍ଡିଂ, ପଳାଶୁଣି ଭୁବନେଶ୍ବରରେ ତିନି ମହଲାର ନିର୍ମାଣାଧୀନ କୋଠା ,ଭୁବନେଶ୍ବର, ପୁରୀ , କଟକ ଏବନ ଯାଜପୁରରେ 16 ଟି ପ୍ଲଟକୁ ଠାବ କରିଛି ଭିଜିଲାନ୍ସ । 

Last Updated : Aug 25, 2023, 9:24 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.