ଖାକି ପୋଷାକରେ କଳଙ୍କ, ଭିଜିଲାନ୍ସ ପଞ୍ଝାରେ ଥାନା ଏଏସଆଇ

By

Published : Jul 22, 2023, 10:55 PM IST

thumbnail

ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଏଏସଆଇ ମାନସ ପରିଡ଼ା । ଏକ ଜମି ବାଡି କେସ ରଫା ଦଫା କରିବା ପାଇଁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଅଟକ । ବନ୍ତ ଥାନା ସମେତ ଅନ୍ୟ 3 ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରଖିଥିବା ସୂଚନା । ତେବେ ବାଲେଶ୍ଵର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ମାମଲା ରୁଜୁ କରାଯାଇଛି । 

ସୂଚନା ଅନୁଯାୟୀ ବନ୍ତ ଥାନା ଅଞ୍ଚଳର ଅମରେନ୍ଦ୍ର ନାୟକ ଏବଂ ତାଙ୍କ ମାଙ୍କୁ ଜମିବାଡି ବିବାଦରେ ସାହାଯ୍ୟ କରିବା ପାଇଁ 10 ହଜାର ଟଙ୍କା ଲାଞ୍ଚ ମାଗିଥିଲେ ASI ମାନସ ପରିଡ଼ା । ତେବେ ଆଜି ସଂଧ୍ୟାରେ ASI ମାନସ ପରିଡ଼ା ଏକ ଜେରକ୍ସ ଦୋକାନ ନିକଟରେ ଏହି ଲାଞ୍ଚ ଟଙ୍କା ଅମରେନ୍ଦ୍ରଙ୍କ ଠାରୁ ନେଉ ଥିବାବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା । ପରେ ବନ୍ତ ଥାନାକୁ ASI ମାନସ ପରିଡ଼ାଙ୍କୁ ନେଇ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ । 

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.