ଭୁବନେଶ୍ବର ରେଳ ଷ୍ଟେସନ କେବେ ହେବ ବିଶ୍ୱସ୍ତରୀୟ: ପିସିସି ସଭାପତି

By

Published : May 18, 2023, 8:35 PM IST

thumbnail

ଭୁବନେଶ୍ବର: ଦେଶର ଅନ୍ୟତମ ଦ୍ରୁତତମ ସୁପର ଫାଷ୍ଟ ହାବାଡା ପୁରୀ ହାଓ୍ୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲରେ ଶୁଭାରମ୍ଭ କରିଛନ୍ତି । ପୁରୀ ଷ୍ଟେସନରୁ ଶୁଭାରମ୍ଭ ହେବା ପରେ ଟ୍ରେନ ହାଓ୍ୱଡା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ‘‘ସରକାରଙ୍କର ଏହା ନିୟମିତ କାର୍ଯ୍ୟକ୍ରମ । ଜନସାଧାରଣଙ୍କୁ ସୁବିଧା ସୁଯୋଗ ଦେବା ପାଇଁ ଯେଉଁମାନେ ସରକାରରେ ଥାନ୍ତି ସେମାନେ ବିଭିନ୍ନ ପ୍ରକଳ୍ପ କାଯ୍ୟକାରୀ କରିଥାନ୍ତି । ସେହିଭଳି ଆଜି ବନ୍ଦେ ଭାରତ ରେଳର ଶୁଭାରମ୍ଭ ହୋଇଛି । ଏଥିରେ କିଛି ନୂତନତ୍ବ ନାହିଁ । ମାତ୍ର ଅନ୍ୟ ରେଳ ପ୍ରକଳ୍ପଗୁଡିକୁ କାହିଁକି କେନ୍ଦ୍ର ସରକାର କାଯ୍ୟକାରୀ କରୁନାହାନ୍ତି । 25 ବର୍ଷ ତଳର ବଲାଙ୍ଗୀର-ଖୋର୍ଦ୍ଧା ରେଳ ଲାଇନ ପ୍ରକଳ୍ପ, ସେହିଭଳି ସମ୍ବଲପୁର -ଟିଟିଲାଗଡ ଡବଲ ଲାଇନ ପ୍ରକଳ୍ପ କାଯ୍ୟକାରୀ ହୋଇପାରିନି । କଟକ ଏବଂ ଭୁବନେଶ୍ୱର ରେଳ ଷ୍ଟେସନଙ୍କୁ ବିଶ୍ଵାସ୍ତରୀୟ କରିବେ କହିଥିଲେ । କିନ୍ତୁ ଏହା ଟ୍ବିନ ସିଟିବାସୀଙ୍କ ପାଇଁ ସ୍ବପ୍ନ ।’’ ଓଡିଶାକୁ ରେଳ କ୍ଷେତ୍ରରେ ସବୁ ବେଳେ କେନ୍ଦ୍ର ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.