Holi 2023: ହୋଲି ରଙ୍ଗରେ ରଙ୍ଗାୟିତ ହେଲେ ଋଷ-ୟୁକ୍ରେନ, ମାଉଣ୍ଟଆବୁରୁ ଦେଲେ ଶାନ୍ତିର ବାର୍ତ୍ତା

By

Published : Mar 7, 2023, 11:01 PM IST

thumbnail

ଜୟପୁର: ମାଉଣ୍ଟଆବୁ ସ୍ଥିତ ବ୍ରହ୍ମକୁମାରୀ ସଂସ୍ଥାର ଜ୍ଞାନ ସରୋବରରେ ଋଷ ଓ ୟୁକ୍ରେନ ବାସୀ ପାଳିଲେ ହୋଲି । ଏପଟେ ବର୍ଷ ବର୍ଷ ଧରି ୨ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏପଟେ ପରସ୍ପର ସହିତ ହୋଲି ଖେଳି ଶାନ୍ତିର ବାର୍ତ୍ତା ହେଲେ ଏହି ବିଦେଶୀ । ନିଜ ଦେଶଠାରୁ ହଜାର ହଜାର କିଲୋମିଟର ଦୂରରେ ରହି ଭାଇଚାରାର ବାର୍ତ୍ତା ଦେଇଛନ୍ତି ଏମାନେ । ଋଷ ଓ ୟୁକ୍ରେନ ନାଗରିକ ପରସ୍ପରକୁ ଅବିର ଲଗାଇ ହୋଲିର ଶୁଭେଚ୍ଚା ଜଣାଇଛନ୍ତି । ଏହାସହିତ ଜଳକୁ ସଞ୍ଚିତ କରି ରଖିବା ଲାଗି ମଧ୍ୟ ପରାମର୍ଶ ଦେଇଛନ୍ତି, ଫଳରେ ଆଗକୁ ଜଳ ସଙ୍କଟ ଭଳି ସମସ୍ୟାକୁ ଏଡାଇ ଦିଆଯାଇପାରିବ ।  

ଏମାନେ ମିଳିମିଶି ଆଧ୍ୟାତ୍ମିକ ଢଙ୍ଗରେ ହୋଲି ପାଳନ କରିଛନ୍ତି । ଗତ ଏକ ବର୍ଷ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ୟୁକ୍ରେନ ଋଷର ଘନ ଘନ ମିସାଇଲ ମାଡ଼ରେ ଧ୍ବଂସବିଧ୍ବସ୍ତ ହୋଇସାରିଥିଲା ପରେ ମଧ୍ୟ ମୁଣ୍ଡ ନୁଆଁଇନି । ଫଳରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଏହି ୨ ଦେଶର ନାଗରିକ ହୋଲି ଖେଳି ବିଶ୍ବ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ଯାହାକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.