ସିଜିମାଳି ପାହାଡରେ ଖଣି ଖନନକୁ ବିରୋଧ, ଆଦିବାସୀଙ୍କ ମେଳି

By ETV Bharat Odisha Team

Published : Oct 30, 2023, 8:21 PM IST

thumbnail

ଭବାନୀପାଟଣା: ସିଜିମାଳି ପାହାଡ ଖଣି ଖନନକୁ ବିରୋଧ । ବେଦାନ୍ତ ଗୋ ବ୍ୟାକ୍ ନାରାରେ କମ୍ପିଥିଲା ସିଜିମାଳି ପାହାଡ । କମ୍ପାନୀର ଖଣି ଖନନକୁ ବିରୋଧ କରି ଆଜି ରାମପୁର ବ୍ଲକ ଅନ୍ତର୍ଗତ ତଳ ଆମପଦର୍ ଗାଁରେ ଅନୁଷ୍ଠିତ ହୋଇଥିଲା ଗ୍ରାମ ସଭା । ଏଥିରେ ରଣ ହୁଙ୍କାର ଦେଇଥିଲେ ସ୍ଥାନୀୟ ଆଦିବାସୀ । ଜାନ ଯାଉ ଜୀବନ ଯାଉ ହେଲେ ଶିଜି ମାଲିକୁ ଖଣି ଖନନ ପାଇଁ ଦିଆଯିବ ନାହିଁ ବୋଲି ଗ୍ରାମସଭାରେ ସଫାସଫା କହିଥିଲେ ସ୍ଥାନୀୟ ଆଦିବାସୀ । କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତରେ ରହିଛି ସିଜିମାଳି ପାହାଡ । ଆଉ ଏହି ପାହାଡ ସମେତ ପାହାଡ଼ର ତଳିଆ ଅଞ୍ଚଳରେ ରହିଛି ଉଭୟ ଜିଲ୍ଲାର ୧୦ରୁ ଊର୍ଦ୍ଧ୍ବ ଗାଁ । ଏହି ପାହାଡରେ ଖଣି ଖନନ ପାଇଁ ବେଦାନ୍ତ କମ୍ପାନୀକୁ ଲିଜ ପ୍ରଦାନ କରାଯାଇଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

ବେଦାନ୍ତ କମ୍ପାନୀକୁ ଲିଜ ମିଳିଥିବା ବେଳେ ଏହାକୁ ବିରୋଧ କରି ଚାଲିଛି ଆଦିବାସୀ ମେଳି । ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳ ଆମପଦର୍ ଗାଁରେ ଅନୁଷ୍ଠିତ ହୋଇଥିଲା ଆଦିବାସୀ ମେଳି ୧୦ଟି ଗାଁର ଆଦିବାସୀ ଏକତ୍ରିତ ହୋଇ ଖଣି ଖନନକୁ ବିରୋଧ କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଜୀବିକାକୁ ଛଡ଼ାଇବା ସହ ସ୍ଥାନୀୟ ଅଞ୍ଚଳର ଅସ୍ତିତ୍ୱକୁ ମିଟାଇବା ପାଇଁ ବେଦାନ୍ତ ନିୟମଗିରିରୁ ବିତାଡିତ ହୋଇ ପୁଣି ସିଜିମାଳିକୁ ଆସିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସିଜିମାଳି ରାଜାକୁ ଛଡ଼ାଇନେବା ପାଇଁ ଆସିଥିବା ବେଦାନ୍ତକୁ ଗଣତାନ୍ତ୍ରିକ ପଦ୍ଧତିରେ, ସମ୍ବିଧାନ ଅନୁଯାୟୀ ସଂଘର୍ଷ ବିତାଡିତ କରି ଗୌରବପୂର୍ଣ୍ଣ ଅସ୍ଥିତ୍ୱକୁ ବଞ୍ଚାଇବା ପାଇଁ ସଂକଳ୍ପ ନେଇଛନ୍ତି ଆଦିବାସୀ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.