ଘରେ ପଶିଲା ୧୧ ଫୁଟ ଲମ୍ବା ଅଜଗର, ଉଦ୍ଧାର କଲା ସ୍ନେକ୍‌ ହେଲ୍ପଲାଇନ

By

Published : Aug 2, 2023, 6:34 PM IST

thumbnail

ମାଲକାନଗିରି:  ଜିଲ୍ଲା ସଦର ଏମ୍ ୨ ଗ୍ରାମରୁ ଆଜି ଏକ ବିଶାଳକାୟ ଅଜଗର ସାପକୁ ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଉଦ୍ଧାର କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ବ୍ଲକର ଏମ୍ ୨ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ଏକ ବିଶାଳକାୟ ଅଜଗର ସାପ ଖାଦ୍ୟ ଅନ୍ବେଷଣରେ ଆସି ଏକ କାଠଗଦାରେ ପଶି ଯାଇଥିଲା । ଏହି ସମୟରେ ଘର ଲୋକେ ସାପକୁ ଦେଖି ଭୟଭୀତ ହବାସହ ସାପକୁ ଧରିବାପାଇଁ ସ୍ନେକ୍‌ ହେଲ୍ପଲାଇନ ସଦସ୍ଯଙ୍କୁ ଫୋନ କରି ଜଣାଇଥିଲେ । ଫୋନ୍ ପାଇବା ମାତ୍ରେ ସ୍ନେକ୍‌ ହେଲ୍ପଲାଇନର ସଦସ୍ଯମାନେ ସେଠାରେ ପହଁଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଜଣାପଡିଥିଲା ଏହା ଏକ ଅଜଗର ସାପ । ସାପଟିର ଲମ୍ବା ପ୍ରାୟ ୧୧ ଫୁଟ ଥିବା ସ୍ନେକ୍‌ ହେଲ୍ପଲାଇନ ସଦସ୍ଯ ସ୍ନେହାଶିଷ ନାୟକ ପ୍ରକାଶ କରିଛନ୍ତି । ସାପଟିକୁ ଉଦ୍ଧାର ପରେ ନିକଟସ୍ତ ଜଙ୍ଗଲରେ ଛଡାଯାଇଥିବା ସେ କହିଛନ୍ତି ।
 

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.