କ୍ୟାନ୍ସର ପୀଡିତଙ୍କ ପାଇଁ କେଶ ଦାନ କଲେ ସ୍ମୃତି

By

Published : Jun 14, 2023, 3:11 PM IST

thumbnail

ଭୁବନେଶ୍ବର: କେଶ ହେଉଛି ନାରୀର ଗହଣା ଓ ସୌନ୍ଦର୍ଯ୍ୟର ପ୍ରତୀକ । ସମସ୍ତେ ନିଜକୁ କେଶକୁ ସୁସ୍ଥ ଓ ସୁନ୍ଦର ରଖିବା ଲାଗି ସର୍ବଦା ପ୍ରୟାସ କରିଥାଆନ୍ତି । ହେଲେ ଏମିତି କିଛି ଝିଅ ଅଛନ୍ତି, ଯେଉଁମାନେ କର୍କଟ ରୋଗୀଙ୍କ ମନୋବଳ ଦୃଢ କରିବାକୁ ନିଜର ସୁନ୍ଦର ଲମ୍ବା କେଶକୁ କାଟି ଦାନ କରୁଛନ୍ତି । ଆଉ ସେହି କେଶ ଦାତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସ୍ମୃତି ସୁଦ୍ଧା ସାହୁ । ଯିଏ ରଜରେ ସମସ୍ତେ ସଜେଇ ହେଉଥିବା ବେଳେ ସମାଜ ପ୍ରତି ନିଜର ଦାୟିତ୍ୱ ଓ ତ୍ୟାଗର ପରକାଷ୍ଟ ଦେଖାଇ କେଶ ଦାନ କରିଛନ୍ତି । କ୍ୟାନ୍ସର ପୀଡ଼ିତଙ୍କ ଚୁଟି ରୋପଣ ପାଇଁ ଏହି କେଶ ଦାନ କରିଛନ୍ତି ସ୍ମୃତି । କୋରାପୁଟର ସ୍ମୃତି ଭୁବନେଶ୍ୱରରେ ରହି ପ୍ରଶାସନିକ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି  ।  ରଜରେ ସମସ୍ତେ ସଜେଇ ହୋଇ ସୁନ୍ଦର ଦେଖାଯାଉଥିବା ବେଳେ ସେ କିନ୍ତୁ ଦାନ କରିଛନ୍ତି । ସେ ନଣ୍ଡା ହୋଇ ବି ଖୁସି ହୋଇଥିବା ବେଳେ ନିଜେ ବହୁତ ସୁନ୍ଦର ଦେଖାଯାଉଥିବା କହିଛନ୍ତି ସ୍ମୃତି । ସେ ଏମ୍ଏସି୍‌ସି କରିବା ସହ ବିଏଡ୍‌ କରିଥିବା ବେଳେ ଆଗକୁ ସମାଜ ସେବା କରିବାର ଲକ୍ଷ୍ୟ ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.