ବାଲିଯାତ୍ରାରେ ସ୍ମୋକ ବିସ୍କୁଟ, ଖାଇଲେ ପାଟିରୁ ବାହାରୁଛି ଧୂଆଁ

By

Published : Nov 11, 2022, 7:39 AM IST

Updated : Feb 3, 2023, 8:32 PM IST

thumbnail

ବିସ୍କୁଟ ଖାଇଲେ ପାଟିରୁ ବାହାରୁଛି ଧୂଆଁ । ଐତିହାସିକ କଟକ ବାଲିଯାତ୍ରାର ଏଥର ବିଶେଷ ଆକର୍ଷଣ ପାଲଟିଛି ସ୍ମୋକ ବିସ୍କୁଟ(Smoke Biscuits) । ବାଲିଯାତ୍ରା ବୁଲାବୁଲି ଭିତରେ ଏହି ନିଆରା ବିସ୍କୁଟର ମଜା ଉଠାଉଛନ୍ତି ଦର୍ଶକ । ପ୍ରତ୍ୟେକ ଗ୍ଲାସ ବିସ୍କୁଟ ଦର 50 ଟଙ୍କା ରହିଥିବାବେଳେ ଏଥିରେ ମିଳୁଛି ଭଳିକି ଭଳି ଫ୍ଲେଭର । ଏହି ସ୍କୋକ ବିସ୍କୁଟ ପ୍ରସ୍ତୁତ ପାଇଁ ୱାଫର, ବ୍ରଷ୍ଟ, ବିସ୍କୁଟକୁ ବ୍ୟବହାର କରାଯାଇ ସେଥିରେ ଲିକ୍ୟୁଇଡ଼ ନାଇଟ୍ରୋଜେନକୁ ମିଶ୍ରଣ କରାଯାଉଛି । ତେଣୁ ଏହାକୁ ଖାଇବା ମାତ୍ରେ ମୁହଁ ଓ ନାକରୁ ଧୂଆଁ ବାହାରୁଛି । କଟକ ଇନ କଟକରେ ଥିବା ଗ୍ରୀନ ଜୋନରେ ରହିଛି ଏହି ବିସ୍କୁଟ ଷ୍ଟଲ । ଆନ୍ଧ୍ରପ୍ରଦେଶର ବ୍ୟବସାୟୀ ଏହାକୁ ବିକ୍ରି କରୁଛନ୍ତି । ତେବେ ନୂଆକରି ବାଲିଯାତ୍ରାକୁ ଏହି ସ୍ମୋକ ବିସ୍କୁଟ ଆସିଥିବାରୁ ଖାସ୍ କରି ଯୁବପିଢ଼ି ଏହାକୁ ବେଶ୍ ପସନ୍ଦ କରୁଥିବାର ଦେଖାଯାଇଛି ।

Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.