ଆଜି ବିଶ୍ବ ଏଡସ୍ ଦିବସ, ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା

By ETV Bharat Odisha Team

Published : Dec 1, 2023, 10:06 AM IST

thumbnail

ପୁରୀ: ଆଜି ବିଶ୍ବ ଏଡସ୍ ଦିବସ । ଏଡସକୁ ନେଇ ସଚେତନତା କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର 1 ତାରିଖକୁ ବିଶ୍ବ ଏଡସ୍ ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ନେଇ ଚିତ୍ରକଳା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀ ଲାଇଟ ହାଉସ୍ ନିକଟ ବେଳାଭୂମିରେ World AIDS Day ଉପଲକ୍ଷେ ବାଲୁକା କଳା ନିର୍ମାଣ କରିଛନ୍ତି । ବାଲୁକା ଶିଳ୍ପୀ ମାନସ ଏ ବର୍ଷର ଥିମ "Let communities Lead"କୁ ଆଧାର କରି ୧୫ ଫୁଟ ଓସାର ବିଶିଷ୍ଟ ଏକ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ସମସ୍ତେ ମିଶି କାର୍ଯ୍ୟ କରି AIDSରୁ ଦୂରେଇ ରହି ଏକ ସୁସ୍ଥ ସମୃଦ୍ଧ ସମାଜ ଗଠନ କରିବାର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏଥିରେ 10 ଟନ ବାଲି ବ୍ୟବହାର କରାଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.