ବାଲୁକା ଶିଳ୍ପୀଙ୍କ ନିଖୁଣ ପ୍ରଦର୍ଶନ, 1 ମିନିଟର ଭିଡ଼ିଓରେ ସ୍ନାନ ପୂର୍ଣ୍ଣିମାର ନୀତିକାନ୍ତି

By

Published : Jun 3, 2023, 9:36 PM IST

Updated : Jun 3, 2023, 9:50 PM IST

thumbnail

ପୁରୀ: ଆସନ୍ତାକାଲି (ରବିବାର) ସ୍ନାନବେଦିରେ ମାହାପ୍ରଭୁଙ୍କ ଦେବାସ୍ନାନ ପୂର୍ଣ୍ଣିମା ନୀତି ସମ୍ପର୍ଣ୍ଣ ହେବ। ଯାହାକୁ ନେଇ ଚଳଚଞ୍ଚଳ ପୁରୀ। ସରିଛି ପ୍ରସ୍ତୁତି। ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ 1 ମିନିଟର ଭିଡ଼ିଓ ପ୍ରସ୍ତୁତ କରିଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ବାଲୁକା ଶିଳ୍ପୀ ତାଙ୍କ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ମହାପ୍ରଭୂ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ବଡଭାଇ ବଳଭଦ୍ରଙ୍କ ସ୍ନାନବେଦୀ ଉପରେ ଥିବା ନୀତିକାନ୍ତି ଉପରେ ଏକ 1 ମିନିଟର ସ୍ୟାଣ୍ଡ ଆନିମେସନ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି । ଏହି ଭିଡ଼ିଓରେ ଜଗତରନାଥ ଜଗନ୍ନାଥ ଭଉଣୀ ସୁଭଦ୍ରା ଏବଂ ବଡଭାଇ ବଳଭଦ୍ରଙ୍କ ସହିତ ସ୍ନାନବେଦୀ ଉପରେ ସ୍ନାନ କରିବାର ଦୃଶ୍ୟ ଅତି ନିଖୁଣ ଭାବରେ ଚିତ୍ରଣ କରିଛନ୍ତି। ସ୍ନାନବେଦିରେ ସ୍ନାନ କରିବା ପରେ ପ୍ରଭୂଙ୍କ ଗଜବେଶକୁ ମଧ୍ୟ ବେଶ ଆର୍କଷଣୀୟ ଭାବେ ଚିତ୍ରଣ କରିଛନ୍ତି। ତେବେ ଏହି ଏକ ମିନିଟର ବାଲୁକା କଳା ପାଇଁ ତାଙ୍କୁ 5ଘଣ୍ଟାର ସମୟ ଲାଗିଥିଲା।  

ଇଟିଭି ଭାରତ, ପୁରୀ

Last Updated : Jun 3, 2023, 9:50 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.