ବୌଦ୍ଧରୁ କପିଳାଶକୁ ଗଲା ନରହନ୍ତା ଦନ୍ତା

By ETV Bharat Odisha Team

Published : Jan 7, 2024, 7:49 AM IST

thumbnail

Elephant Rescue In Boudh: ବୌଦ୍ଧ: କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ପହଞ୍ଚିଲା ବୌଦ୍ଧର ନରହନ୍ତା ଦନ୍ତା । ବୌଦ୍ଧ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ଏହି ହାତୀକୁ ଶନିବାର ଦିନ ଢେଙ୍କାନାଳ ଜିଲ୍ଲା କପିଳାଶ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ନିଆଯାଇଛି । ହାତୀକୁ ସ୍ୱତନ୍ତ୍ର ଟ୍ରକ ସାହାଯ୍ୟରେ କପିଳାଶ ଅଣାଯାଇଛି । ଏହି ହାତୀର ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ଏହାକୁ ମିଶାଇ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଥିବା ହାତୀଙ୍କ ସଂଖ୍ୟା 8କୁ ବୃଦ୍ଧି ପାଇଛି ।

ଏହି ହାତୀଟି ବୌଦ୍ଧରେ ବହୁ ଧନଜୀବନ ନଷ୍ଟ କରିବା ସହ ଘର ଭାଙ୍ଗିବା ଓ ଫସଲହାନି କରିଆସୁଥିଲା । ଯେଉଁଥିପାଇଁ ବନ ବିଭାଗ ପକ୍ଷରୁ ଉକ୍ତ ହାତୀକୁ କାବୁ କରାଯାଇ ଢେଙ୍କାନାଳ ଅଣାଯାଇଛି ବୋଲି ଢେଙ୍କାନାଳ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ହାତୀ ଉଦ୍ଧାର କେନ୍ଦ୍ରରେ ଥିବା କ୍ରଲ ମଧ୍ୟରେ ଉଦ୍ଧାର ହାତୀକୁ ରଖାଯିବ ବୋଲି ଜଣାପଡିଛି । ହାତୀର ବ୍ୟବହାର ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ତାର ହିଂସ୍ରତା କମାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ଓ ସ୍ୱାସ୍ଥ୍ୟର ଯତ୍ନ ନିଆଯିବ । ହିଂସ୍ରତାରେ ପରିବର୍ତ୍ତନ ନହେଲେ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡିଏଫଓ ସୁମିତ୍ କର କହିଛନ୍ତି । ସୂଚନା ଥାଉକି, ବର୍ତ୍ତମାନ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରକୁ ଲାଗି ଓପନ ଏନକ୍ଲୋଜରରେ ତିନି ବର୍ଷ ତଳେ ତାଳଚେରରୁ ଉଦ୍ଧାର ହୋଇଆସିଥିବା ରାକେଶକୁ ରଖାଯାଇଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.