ETV Bharat / politics

ସିଲଭର ସିଟିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ମଧ୍ୟବିତ୍ତଙ୍କୁ ଫୋକସ କଲେ ନବୀନ - BJD Campaign In Cuttack

author img

By ETV Bharat Odisha Team

Published : May 22, 2024, 10:49 PM IST

BJD Campaign In Cuttack: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି କଟକରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ସମସ୍ତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟଭିକ୍ଷା କରିଛନ୍ତି ନବୀନ । ଅଧିକ ପଢନ୍ତୁ

BJD Campaign In Cuttack
BJD Campaign In Cuttack (ETV Bharat Odisha)

BJD Campaign In Cuttack (ETV Bharat Odisha)

କଟକ: ଆସନ୍ତା ମେ ୨୫ ତାରିଖରେ କଟକ ସଂସଦୀୟ କ୍ଷେତ୍ର ପାଇଁ ପଡିବ ଭୋଟ । ଏଥିପାଇଁ ବିଜେଡି ନିଜର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜନ ସମର୍ଥନ ଯୋଗାଡିବା ପାଇଁ ଅଣ୍ଟା ଭିଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଏକ ସଭାରେ ସମସ୍ତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟଭିକ୍ଷା କରିଛନ୍ତି ନବୀନ । ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ କଟକ ଆସିଥିଲେ ନବୀନ ।

ନିଜର ଚିରା ଚରିତ ଢଙ୍ଗରେ ନବୀନ ନିଜର ଭାଷଣ ଆରମ୍ଭ କରିଥିଲେ । ନିଜର ସଫଳତା ଲୋକଙ୍କ ଆଗରେ କହିବା ସହ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ନବୀନ । ସେହିପରି ବିଜେଡି ସରକାର ଆସିଲେ ମାଗଣା ବିଦ୍ୟୁତ ସହ ମଧ୍ୟବିତ୍ତ ଲୋକଙ୍କ ପାଇଁ ଅନେକ ସୁବିଧା କରିବା ଉପରେ ନବୀନ ଗୁରୁତ୍ୱ ଦେଇଥିଲେ । ସେହିପରି ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ନବୀନ କହିଛନ୍ତି । ତେବେ ନବୀନଙ୍କ କଟକ ଗସ୍ତ ବିଜେଡି ପାଇଁ ଲାଭଦାୟକ ହେବ ବୋଲି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ନୟାଗଡ଼ରେ ଭୋଟ ମାଗିଲେ ନବୀନ, ଅରୁଣ କହିଲେ ‘ମୁଁ ଶ୍ରେଷ୍ଠ ମୁଲିଆ’ - BJD Campaign In Nayagarh

ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, "ଆଜି କଟକର ସଚେତନ ଭୋଟର ଏକାଠି ହୋଇଥିଲେ । ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ କହିବା ବେଳେ ନିଜର ସମର୍ଥନ ଦେଇଛନ୍ତି । ଆଜିର ଜନସମର୍ଥନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜବାବ ଦେଇଛି । ଆଜି ମୋଦିଙ୍କ ରାଲି ତୁଳନାରେ ଡବଲ ସଂଖ୍ୟକ ଲୋକ ଏକାଠି ହୋଇଥିଲେ । ଲୋକଙ୍କର ନବାନଙ୍କ ପ୍ରତି ଭଲ ପାଇବା ଅଛି, ଭରସା ବିଶ୍ବାସ ଅଛି । ୨୫ ତାରିଖରେ ତାହା ସ୍ପଷ୍ଟ ଜଣା ପଡିଯିବ ।"

ସେହିଭଳି ଦଳୀୟ ପ୍ରାର୍ଥୀ ପ୍ରକାଶ ବେହେରା କହିଛନ୍ତି," ଆଜି ମୁଖ୍ୟମନ୍ତ୍ରୀ ମଧ୍ୟବିତ୍ତ ପରିବାରଙ୍କ କଥା ଉଠାଇଛନ୍ତି । ସେମାନଙ୍କର ସ୍ବାସ୍ଥ୍ୟ, ଶିକ୍ଷା ଓ ଆର୍ଥିକ ସ୍ବାବଲମ୍ବୀ କରାଇବା ପ୍ରସଙ୍ଗ ଉଠାଇଛନ୍ତି । ମହିଳାଙ୍କ କଥା କହିଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କ କଥା ଚିନ୍ତା କରନ୍ତି ଓ ସମସ୍ତଙ୍କ ସହିତ ଅଛନ୍ତି ।" କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚାର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକରେ ପ୍ରଚାର କରିଛନ୍ତି । କଟକ ସଂସଦୀୟ କ୍ଷେତ୍ରରେ ପ୍ରଚାର ପାଇଁ ନବୀନ ଯଦିଓ ପ୍ରଥମ ଥର ପାଇଁ କଟକ ଆସିଥିଲେ, ତେବେ ଏହାର ପ୍ରଭାବ ପଡିବ ବୋଲି ଦଳୀୟ କର୍ମୀମାନେ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.