25ରେ ଭୋଟ ଦେବ ସମ୍ବଲପୁର, ଫ୍ଲାଗ ମାର୍ଚ୍ଚ କଲା ପୋଲିସ - Police Flag March

By ETV Bharat Odisha Team

Published : May 22, 2024, 10:47 PM IST

thumbnail
Election Preparation in Sambalpur (ETV Bharat Odisha)

Election Preparation in Sambalpur: ସମ୍ବଲପୁର: ଆସନ୍ତା 25ରେ ସମ୍ବଲପୁରରେ ହେବାକୁ ଯାଉଛି ମତଦାନ । ଯାହାପାଇଁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବିଗତ କିଛି ଦିନ ହେଲା କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l ଗତ 2023 ମସିହା ଏପ୍ରିଲ 12 ଓ 14 ତାରିକରେ ହନୁମାନ ଜୟନ୍ତୀ ଉତ୍ସବ ପାଳନ ସମୟରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଥିଲା l ଏହି ଘଟଣାକୁ ଦୃଷ୍ଟିରେ ରଖି ସମ୍ବଲପୁର ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି l

ଏହା ମଧ୍ୟ ପଢ଼ନ୍ତୁ... 23 ତାରିଖରେ ଶେଷ ହେବ ପ୍ରଚାର, ଭୁବନେଶ୍ୱରରେ ସବୁ ସମ୍ବେଦନ ବୁଥରୁ ହେବ ଓ୍ବେବକାଷ୍ଟିଂ - Election Preparation

ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ନେତୃତ୍ୱରେ ଆଜି ସମ୍ବଲପୁର ସହରର ମୁଖ୍ୟ ସଡ଼କ ଦେଇ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି l ଏହା ସହ ସମ୍ବଲପୁର ଆଇଜି ଓ ଏସପି ଲୋକଙ୍କୁ ଭେଟି ଶାନ୍ତିପୂର୍ଣ୍ଣ ମତଦାନ କରିବାକୁ ଅପିଲ କରିଛନ୍ତି l ସମ୍ବଲପୁର ସହରର ବିଭିନ୍ନ ପ୍ରମୁଖ ଛକରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସହରର ସୀମା ଗୁଡିକରେ ଚେକିଂ ଜାରି ରଖିଛି ପୋଲିସ l ସୀମା ଗୁଡିକରେ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି l ରାତିରେ ଭୋଟର ମାନଙ୍କୁ ପ୍ରଲୋଭନ ଦେଖାଇ ବାକୁ ବେଆଇନ ଟଙ୍କା କାରବାର ରୋକିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଜିଲ୍ଲାର ସମ୍ବେଦନଶୀଳ ବୁଥ ଗୁଡିକୁ ଚିହ୍ନଟ କରାଯାଇ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ରହିଛି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.