Ratha Yatra 2023: ନବରଙ୍ଗପୁରରେ ରଥ ପଥ ଭକ୍ତ ଏକାକାର, କୁନି ରଥରେ ଦର୍ଶନ ଦେଲେ କଳାଠାକୁର

By

Published : Jun 21, 2023, 7:28 AM IST

thumbnail

ନବରଙ୍ଗପୁର: ରଥ ପଥ ଭକ୍ତ ଏକାକାର । ଭକ୍ତଙ୍କୁ ଦର୍ଶନ ହେଲେ କଳାଠାକୁର । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ନେଇ ସବୁଠି ଉତ୍ସବ ମୁଖର । ବିଶ୍ବନିୟନ୍ତା କାଳିଆ ସାଆନ୍ତେଙ୍କ ରଥଯାତ୍ରାରେ ହଜିଗଲେ ଭକ୍ତ । ନବରଙ୍ଗପୁର ଜିଲ୍ଲାରେ ମହାଆଡମ୍ବରରେ ପାଳିତ ହୋଇଛି । କୁନି କୁନି ପିଲା କୁନି ରଥରେ କାଳିଆ ସାଆନ୍ତେଙ୍କୁ ବିଜେ କରି ରଥଯାତ୍ରା କରିଥିବା ଦେଖିବାକୁ ମିଳିଛି । ନବରଙ୍ଗପୁରର ଗଗନ ପବନରେ ଗୁଞ୍ଜରିତ ହୋଇଥିଲା ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଧ୍ବନି । ବର୍ଷକ ପରେ ବଡ ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତେ । ବିଶ୍ବନିୟନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ଉତ୍ସବ ମୁଖରିତହୋଇଉଠିଥିଲା ନବରଙ୍ଗପୁର ସହର । 

ଆଉ ଯାତ୍ରାକୁ ସଫଳ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଥିଲା ମନ୍ଦିର କମିଟି ଓ ଜିଲ୍ଲା ପ୍ରଶାସନ । ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିଥିଲେ ଚତୁର୍ଦ୍ଧାମୂର୍ତ୍ତୀ । ଘଣ୍ଟ, ଘଣ୍ଟା, ହରିବୋଲ, ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥିଲା ପୁରା ସହର । ଏକାକାର ହୋଇଯିବେ ଭକ୍ତ-ଭଗବାନ । ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକ l ସୁନ୍ଦର ପହଣ୍ଡି ବିଜେ କରି ତିନି ଠାକୁର ଆସି ରଥରେ ବିଜେ ହୋଇସାରିଲେଣି l କଳା ଶ୍ରୀମୁଖକୁ ଦେଖି ଭାବ ବିଭଳ ଭକ୍ତ ଭାବବିହ୍ବଳ ହୋଇଥିଲା । ଖୁସିରେ ଓଦା ହୋଇ ଯାଉଛି ଭକ୍ତଙ୍କ ଆଖି । ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟି ଆଗରେ ରଖି ଭକ୍ତଙ୍କ ପାଇଁ ସମସ୍ତ ଵିଧି ବ୍ୟବସ୍ଥା କରିଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ସହରର କିଛି ସ୍ଥାନରେ କୁନି କୁନି ପିଲା ମାନେ କୁନି ରଥରେ ବଡ ଠାକୁରଙ୍କୁ ଧରି ରଥ ଟାଣୁଥିବାର ଚିତ୍ର ଆମ ସାମ୍ନାକୁ ଆସିଛି । ଅନ୍ୟପଟେ ପ୍ରଥମ କରି CRPF କ୍ୟାମ୍ପରେ ରଥଯାତ୍ରା ଅନୁଷ୍ଠିତ ହୋଇଛି l ୧୨ ବାଟାଲିୟନର ସମସ୍ତ କର୍ମଚାରୀଙ୍କ ସହ ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଓ crpf କମାନଣ୍ଟେଣ୍ଟ ଏନକେକେ ପ୍ରସାଦ ଉପସ୍ଥିତ ରହି ରଥଯାତ୍ରାକୁ ସଫଳ କରିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.