Ratha Yatra 2023: ଦେବଦଳନ ରଥରେ ବିଜେ କଲେ ଦେବୀ ସୁଭଦ୍ରା

By

Published : Jun 20, 2023, 11:17 AM IST

thumbnail

ପୁରୀ: ଆଜି ବିଶ୍ବ ନୟନ୍ତା ପ୍ରଭୁ ଶ୍ରୀ କାଳିଆ ଠାକୁରଙ୍କ ପ୍ରସିଦ୍ଧ ରଥଯାତ୍ରା । ଚକ୍ରରାଜ ସୁଦର୍ଶନ ଓ ବଡଭାଇ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସରିଛି । ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସିଛନ୍ତି ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିଛନ୍ତି ମାଆ ସୁଭଦ୍ରା । ବରଷକେ ଥରେ ରତ୍ନବେଦୀ ଛାଡି ଜନ୍ମବେଦୀକୁ ବାହାରିବେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । କାଳିଆକୁ ଦେଖିବାକୁ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ । ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ ।  ଘଣ୍ଟ ଓ ଶଙ୍ଖର ଶବ୍ଦରେ ଶ୍ରୀମନ୍ଦିର ପରିସର ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି । ମନ୍ତ୍ରମୁଗ୍ଧ ହୋଇ ବଡ଼ଦାଣ୍ଡରେ ଝୁମି ଝୁମି ନାଚୁଛନ୍ତି ଭକ୍ତ । ଗୁଞ୍ଜରଣ ହେଉଛି ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଘୁଙ୍ଗୁର ଶବ୍ଦ  । ଅପରାହ୍ନ 4ଟାରେ ରଥଟଣା ଆରମ୍ଭ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.