ତୃତୀୟ ପର୍ଯ୍ୟାୟ ଭୋଟ, ନିଜ ଅଞ୍ଚଳରେ ଭୋଟ ଦେଲେ ପ୍ରାର୍ଥୀ - Voting In Angul

By ETV Bharat Odisha Team

Published : May 25, 2024, 8:50 PM IST

thumbnail
Voting in Angul (ETV Bharat Odisha)

Voting in Angul: ଅନୁଗୋଳ: ଆଜି ଅନୁଗୋଳରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳର ବୁଥରେ ମତଦାନ କରିଛନ୍ତି । ଅନୁଗୋଳ ବିଜେଡି ବିଧାୟିକା ପ୍ରାର୍ଥୀ ସଂଯୁକ୍ତା ସିଂହ ତାଙ୍କ ନିଜ ଗାଁ ଗୋତମରା ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି । ସେହିପରି ତାଳଚେର ବିଜେଡି ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ହାଣ୍ଡିଧୁଆ କେନ୍ଦ୍ରରେ ମତଦାନ କରିଛନ୍ତି । ପାଲଲହଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ମୁକେଶ ପାଳ ନିଜ ଅଞ୍ଚଳର ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ..ସଖୀ ବୁଥରେ ଆନନ୍ଦ ପରିବେଶ, ଉତ୍ସାହିତ ନୂତନ ଭୋଟର

ଅନ୍ୟ ମାନଙ୍କ ମଧ୍ୟରେ ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀ ପ୍ରଧାନ, ବିଜେପି ବିଧାୟକ ପ୍ରାର୍ଥୀ ସଂଜୀବ ସାହୁ, କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଚାଉଳିଆ, ତାଳଚେର ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲ, ଅନୁଗୁଳ ବିଜେପି ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଜେପି ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା, ଛେଣ୍ଡିପଦା ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା ପ୍ରମୁଖ ନିଜ ନିଜ ଅଞ୍ଚଳର ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.