ସଖୀ ବୁଥରେ ଆନନ୍ଦ ପରିବେଶ, ଉତ୍ସାହିତ ନୂତନ ଭୋଟର - Sakhi Booths In Cuttack

By ETV Bharat Odisha Team

Published : May 25, 2024, 7:19 PM IST

thumbnail
CUTTACK LOK SABHA CONSTITUENCY (ETV Bharat Odisha)

CUTTACK LOK SABHA CONSTITUENCY: କଟକ: ଗଣତନ୍ତ୍ର ମହାପର୍ବ ନିର୍ବାଚନରେ ବିବାହ ଭ୍ରମ ସୃଷ୍ଟି କରିଛି ସଖୀ ବୁଥ୍ । ଭୋଟ ଦେବା ପୂର୍ବରୁ ମତଦାତା ମାନେ ବୁଥ ପରିଶରରେ ବୁଲି ଦେଖିବା ସହିତ ସେଲଫି ନେଉଛନ୍ତି । କଟକ ଜିଲ୍ଲାରେ ମୋଟ 287ଟି ସଖୀ ବୁଥ ରହି ଥିବାବେଳେ ଏହି ବୁଥ ଗୁଡ଼ିକୁ ମହିଳା କର୍ମଚାରୀମାନେ ପରିଚାଳନା କରିଥିଲେ । ବୁଥକୁ ଆସୁଥିବା ମତଦତା ମାନଙ୍କୁ ପୁଷ୍ଫଗୁଚ୍ଛ ଦେଇ ସ୍ଵାଗତ ଜଣାଇବା ସହିତ ସେମାନେ ମତଦାନ ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ବୁଥ ପରିସରରେ ଖରାକୁ ନଜରରେ ରଖି ପାନୀୟ ଜଳ ବ୍ୟବସ୍ଥା, ମତଦାତାଙ୍କ ମନୋରଞ୍ଜନ ପାଇଁ ସେଲଫି ବ୍ୟବସ୍ଥା କରା ଯାଇଥିଲା । ସଖୀ ବୁଥରେ ମତଦାନ କରିବାକୁ ଆସିଥିବା କିଛି ଯୁବ ଭୋଟର ମତଦାନ କରି କହିଛନ୍ତି ଯେ,ଏ ଭଳି ବୁଥ ଆମମାନଙ୍କ ପାଇଁ ଏକ ଆନନ୍ଦର ପରିବେଶ ସୃଷ୍ଟି କରିଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.