RathaKhala Halchal: ୩ ରଥର ଚାଲିଛି ଚଉଦ ନାହାକ ଓ ଚାରି ନାହାକା ନିର୍ମାଣ କାର୍ଯ୍ୟ

By

Published : May 22, 2023, 3:46 PM IST

thumbnail

ପୁରୀ: ମହାପ୍ରଭୁ ରଥ ନିର୍ମାଣ ନେଇ ଚଳଚଞ୍ଚଳ ହୋଇଉଠିଛି ରଥଖଳା ।  ତିନିରଥର ୧୪ ନାହାକା ଏବଂ ଚାରି ନାହାକା ନିର୍ମାଣ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ରଥ ଆମୀନ ବାକିଥିବା ତିନିରଥ ପାଇଁ ୧୪ ନାହାକା ପାଇଁ ୬ ଖଣ୍ଡ ଲେଖାଁଏ ୨୦ଫୁଟିଆ ଧଉରା କାଠ ଏବଂ ଚାରି ନାହାକା ନିର୍ମାଣ ପାଇଁ ୨ଟି ଲେଖାଁଏ ୨୦ଫୁଟିଆ ଧଉରା କାଠ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇ ଦିଆଯାଇଥିଲା । ତିନିରଥର ମହାରଣାମାନେ ବାକି ଚଉଦ ନାହାକା ଏବଂ ବାକି ରହିଥିବା ଚାରି ନାହାକାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ।  

ତିନିରଥର ଚାଳିରେ 'ଗରଗରା', ତିନିରଥର ପାଞ୍ଚ ଦଣ୍ଡା, ଚାରିନାହାକା, ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ, ରୂପକାର ସେବକଙ୍କ ଦ୍ଵାରା କୋଣ ଗୁଜ ଏବଂ ତିଖ ଗୁଜରେ ରୂପ ଖୋଦେଇ, ଓଝା ସେବକଙ୍କ ଦ୍ବାରା ରଥ କଣ୍ଟା ଏବଂ ପାହୀ ମହାରଣାଙ୍କ ଦ୍ବାରା ମହାପ୍ରଭୁଙ୍କ ସ୍ନାନଯାତ୍ରା, ଅଣସର ଏବଂ ରଥଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଆବଶ୍ୟକୀୟ କାଠ ନିର୍ମିତ ସରଞ୍ଜାମ ନିର୍ମାଣ କରୁଛନ୍ତି । ବେଶ ପାଇଁ ବେଶ ଘୋଡ଼ିଆ, ଫୁଲ ପାଟ ଅସ୍ତ୍ର ରଖିବା ପାଇଁ ଚାଙ୍ଗଡ଼ା ଷ୍ଟାଣ୍ଡ, ପୂଜା ପାଇଁ କୁରୁମ ପିଢ଼ା, ବନକ ପାଇଁ ବନକ ବନକ ପେଡି, ସ୍ନାନଯାତ୍ରାରେ ଠାକୁରଙ୍କ ରୁନ୍ଧା ପାଇଁ ଅଞ୍ଜନା ଖୁଣ୍ଟି ଇତ୍ୟାଦି କାର୍ଯ୍ୟ ଦୋଳବେଦୀଠାରେ କରୁଛନ୍ତି ।  

ଏହା ବି ପଢନ୍ତୁ-ମୁମ୍ବାଇର ଜୁହୁ ବିଚ୍‌ରେ ସୁଦର୍ଶନଙ୍କ ବାଲୁକା କଳା, ବାଣ୍ଟିଲେ ପରିବେଶ ସୁରକ୍ଷା ବାର୍ତ୍ତା

ତାଳଧ୍ବଜ ରଥର ୩ଟି ଚାରି ନାହାକର ଚଉପଟ କାର୍ଯ୍ୟ ଶେଷ ପରେ ସେଗୁଡିକର ଆଠ କୋଣି କାର୍ଯ୍ୟ ହେବ। ଏଥିସହ ବାକି ଥିବା ୬ ଗୋଟି ଚଉଦ ନାହାକର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏତଦବ୍ୟତୀତ ନିର୍ମାଣ ଚାଲିଥିବା ୫ ଦଣ୍ଡାରୁ ଗୋଟିକର ଚଉପଟ କାର୍ଯ୍ୟ ଶେଷ ହୋଇଛି ।  ଗୋଟିଏ ଗରଗରାର ଚଉପଟ କାର୍ଯ୍ୟ ଶେଷ ହୋଇଛି । ଦର୍ପଦଳନ ରଥର ୨ଟି ଗରଗରା ଚଉପଟ କାର୍ଯ୍ୟ ଶେଷ ହୋଇଛି ବିନ୍ଧ କାର୍ଯ୍ୟ ବାକି ଅଛି । ଦୁଇଟି ଚାରି ନାହାକାର ନିର୍ମାଣ ଶେଷ ହୋଇଥିଲା । ଆଜି ଆଉ ଗୋଟି କର ଚଉପଟ ଶେଷ ହୋଇଛି ଆଠ କୋଣି କାମ ବାକି ଅଛି ଏଥିସହ ଦେବୀ ରଥର ତିନୋଟି ପାଞ୍ଚ ଦଣ୍ଡା ନିର୍ମାଣ ଶେଷ ହୋଇଛି ।

ନନ୍ଦିଘୋଷ ରଥର ଦୁଇଟି ଚାରି ନାହାକର ନିର୍ମାଣ ଶେଷ ହୋଇ ଅନ୍ୟ ଗୋଟିକର ଚଉପଟ ଶେଷ ହିଛି ତାର ଆଠ କୋଣି କାର୍ଯ୍ୟ ବାକି ଅଛି । ୧୪ ନାହାକାର ୮ଟି ଶେଷ ହୋଇଥିଲା, ଆଜି ବାକି ୬ ଟିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ପାଞ୍ଚ ଦଣ୍ଡାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ତିନିରଥର ରୂପକାର ସେବକମାନେ ତିନିରଥର ତିଖ ଗୁଜ ଏବଂ କୋଣ ଗୁଜ ଗୁଡିକରେ ରୂପ ଖୋଦେଇ ସହ ଅଳଙ୍କାର ଏବଂ ରୂପ ପଲିସ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରତି ସେବକମାନେ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଦଣ୍ଡା ପଡିବା ପାଇଁ ଆବଶ୍ୟକ ଅଗ ପାତେଳି ଚଉରସ କଣ୍ଟା ନିର୍ମାଣ ସାରିସେଗୁଡିକର ମଠା କାର୍ଯ୍ୟ କରୁଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.