ମୁମ୍ବାଇର ଜୁହୁ ବିଚ୍‌ରେ ସୁଦର୍ଶନଙ୍କ ବାଲୁକା କଳା, ବାଣ୍ଟିଲେ ପରିବେଶ ସୁରକ୍ଷା ବାର୍ତ୍ତା

By

Published : May 21, 2023, 7:31 PM IST

thumbnail

ମୁମ୍ବାଇ: ଭାରତରେ ଜାରି ରହିଥିବା G20 ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା ହେଉଛି । ତେବେ ବିଶ୍ଵରେ ପରିବେଶ ଓ ପାଣିପାଗ ଦିନକୁ ଦିନ ପରିବର୍ତ୍ତନ ହେଉଥିବାବେଳେ ଗ୍ଲୋବାଲ ୱାର୍ମିଂ ଯୋଗୁଁ ଜଳବାୟୁ ପରିବର୍ତ୍ତନ ଏକ ବଡ ସମସ୍ୟା ଭାବେ ଛିଡ଼ା ହେଇଛି । ଏହାର କିଭଳି ମୁକାବିଲା କରିହେବ, ପରିବେଶ ପ୍ରଦୂଷଣକୁ କିଭଳି ରୋକି ହେବ, ସେନେଇ G20 ଦେଶ ସମୂହ ମୁମ୍ବାଇରେ ଏକ ବୈଠକରେ ଏକତ୍ରୀତ ହୋଇଛନ୍ତି । ଏହି ଅବସରରେ ମୁମ୍ବାଇର ଜୁହୁ ବିଚ୍‌ରେ ସଫେଇ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଏଠାରେ ପରିବେଶ ସୁରକ୍ଷା ବାର୍ତ୍ତା ଓ ସାମୁଦ୍ରିକ ଜୀବଙ୍କ ସୁରକ୍ଷା ବାର୍ତ୍ତା ବାଣ୍ଟିଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ମୁମ୍ବାଇର ଜୁହୁ ବିଚ୍‌ରେ ଏକ ବିଶାଳ ବାଲୁକା ଚିତ୍ରକଳା ପ୍ରଦର୍ଶନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ଏହି ଚିତ୍ରକଳା ଦ୍ବାରା ସେ ସମଗ୍ର ବିଶ୍ଵବାସୀଙ୍କୁ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.