ଟିମ୍ ଇଣ୍ଡିଆ ଡ୍ରେସିଂ ରୁମରେ ପ୍ରଧାନମନ୍ତ୍ରୀ, ଭାରତୀୟ କ୍ରିକେଟରଙ୍କ ବଢାଇଲେ ମନୋବଳ

By ETV Bharat Odisha Team

Published : Nov 21, 2023, 12:34 PM IST

Updated : Nov 21, 2023, 1:00 PM IST

thumbnail

ଅହମ୍ମଦାବାଦ: ''ତୁମେମାନେ 10ଟି ଗେମ୍ ଜିତି କରି ଆସିଛ । ଏପରି ହୋଇଥାଏ । ଦେଶ ତୁମକୁ ଦେଖୁଛି ଖୁସି ହୁଅ, ହସ ଏମିତି ହୁଏ । ତୁମେ ବହୁତ ପରିଶ୍ରମ କରିଛ । କିଛି ଚିନ୍ତା କରିବାର ନାହିଁ ସମସ୍ତ ଭଲ ପ୍ରୟାସ କରିଛ । ସମସ୍ତ ବହୁତ ପରିଶ୍ରମ କରିଛ ଏମିତି ହୁଏ । ପରସ୍ପରର ମନୋବଳ ବଢାଅ ।'' କିଛି ଏମିତି କହି ଭାରତୀୟ କ୍ରିକେଟ ଦଳର ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିମ୍ ଇଣ୍ଡିଆ ଡ୍ରେସିଂ ରୁମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବକପ ପରାଜୟ ପରେ ଭାରତୀୟ କ୍ରିକେଟରଙ୍କୁ ସାନ୍ତ୍ବନା ଦେଇଛନ୍ତି । ଭବିଷ୍ୟତରେ ଆହୁରି ଭଲ କରିବାକୁ ପରାମର୍ଶ ଦେଇଛନ୍ତି । 

ଏହା ବି ପଢନ୍ତୁ....ବିଶ୍ବକପ୍ ପରାଜୟ ପରେ ଡ୍ରେସିଂ ରୁମରେ ପ୍ରଧାନମନ୍ତ୍ରୀ, ଶାମିଙ୍କ ସହ ମୋଦିଙ୍କ ଭାବବିହ୍ବଳ ମୁହୂର୍ତ୍ତ

ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ, ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା, କେଏଲ ରାହୁଲ, ଶୁଭମନ ଗିଲ, ମହମ୍ମଦ ସାମି ସମସ୍ତଙ୍କ ସହ ହାତ ମିଳାଇବା ସହ ତାଙ୍କ ମନୋବଳ ବଢାଇଛନ୍ତି । ଏହା ସହିତ ଟିମ ଇଣ୍ଡିଆକୁ ଦିଲ୍ଲୀ ନିମନ୍ତ୍ରଣ କରିଛନ୍ତି । ଆଇସିସି କ୍ରିକେଟ ବିଶ୍ବକପ 2023ରେ ଭାରତ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିଲା । ଫଳରେ ତୃତୀୟ ଥର ଚମ୍ପିଆନ ହେବାକୁ ଦେଖିଥିବା ସ୍ବପ୍ନ ଅଧୁରା ରହିଥିଲା । ଏହାପରେ ଦଳ ଭାଙ୍ଗି ପଡିଥିଲା । କ୍ରିଜରେ କୋହଲି, ରୋହିତଙ୍କ ଆଖିରେ ଲୁହ ଆସିଥିଲା ।

Last Updated : Nov 21, 2023, 1:00 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.