Modi Interaction with Students: ବନ୍ଦେ ଭାରତ ଏକ୍ସପ୍ରେସରେ ପିଲାଙ୍କ ସହ କଥା ହେଲେ ମୋଦି, ଫଟୋ ଉଠାଇଲେ

By

Published : Apr 25, 2023, 3:54 PM IST

thumbnail

ଥିରୁଅନନ୍ତପୁରମ: ୨ଦିନିଆ କେରଳ ଗସ୍ତରେ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟବାସୀଙ୍କୁ ପ୍ରଥମେ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇଛନ୍ତି । ଏହି ଅବସରରେ ସେ କୁନି କୁନି ଛାତ୍ରଛାତ୍ରୀଙ୍କ ସହିତ ମେଟ୍ରୋ ମଧ୍ୟରେ ବାର୍ତ୍ତାଳାପ କରିଛନ୍ତି । କୁନି କୁନି ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏହାସହ ପ୍ରଧାନମନ୍ତ୍ରୀଙ୍କ ଲାଗି ଅନେକ ଚିତ୍ର କରି ତାଙ୍କୁ ଭେଟି ଦେଇଛନ୍ତି । ଏହାସହ କିଛି କୁନି କୁନି ପିଲା କବିତା ଲେଖି ମୋଦିଙ୍କୁ ଶୁଣାଇଛନ୍ତି । ଦେଶର ବିକାଶ ଲାଗି କିଛି ନୂଆ ବିଚାର ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଆଉ ପ୍ରଧାନମନ୍ତ୍ରୀ ଆସନ୍ତାକାଲିର ଭବିଷ୍ୟତ ସ୍ବରୂପ ପିଲାଙ୍କ କଥାକୁ ବେଶ ଧ୍ୟାନର ସହିତ ଶୁଣୁଥିବା ଦେଖିବାକୁ ମିଳିଛି । ଗତକାଲି ପ୍ରାୟ ୧୫କିମି ରୋଡ ଶୋ' କରିବା ପରେ ମୋଦି ଆଜି ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଗତକାଲି ପରି ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କେରଳର ପାରମ୍ପରିକ ବେଶଭୂଷାରେ ଦେଖିବାକୁ ମିଳିଛି । ଏହି ଗସ୍ତ ମଧ୍ୟରେ ରାଜ୍ୟବାସୀଙ୍କୁ ପ୍ରାୟ ୩ହଜାର କୋଟି ମୂଲ୍ୟର ପ୍ରକଳ୍ପ ଭେଟିଦେବେ ମୋଦି ।   

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.