ଆରମ୍ଭ ହେଲା ପହଣ୍ଡି ବିଜେ ନୀତି: ଦେବଦଳନ ରଥକୁ ବିଜେ କଲେ ସୁଦର୍ଶନ

By

Published : Jun 28, 2023, 9:45 AM IST

thumbnail

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀମନ୍ଦିରକୁ ବାହୁଡିବେ ମହାବାହୁ । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ଠାକୁର । ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସକାଳୁ ଜମିଲାଣି ଭକ୍ତଙ୍କ ଭିଡ । ଏହି ଅବସରରେ ଆରମ୍ଭ ହୋଇଛି ପହଣ୍ଡି । ତେବେ ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଶେଷ ହୋଇଛି । ଧାଡି ପହଣ୍ଡିରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥକୁ ବିଜେ କରିଛନ୍ତି ସୁଦର୍ଶନ । ଏହାପରେ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଯାଇଛି ।  ଶେଷରେ ଜଗତର ନାଥ ଜଗନ୍ନାଥ ରଥରେ ବିଜେ କରିବେ । ପହଣ୍ଡି ସରିବା ପରେ ଅପରାହ୍ନ 4ଟାରୁ ରଥଟଣା ଆରମ୍ଭ ହେବା ନେଇ ନୀତିନିର୍ଘଣ୍ଟ ହୋଇଛି । ଆଜି ମାଉସୀ ମା' ମନ୍ଦିରରେ ପୋଡ ପିଠା ଖାଇବେ ଶ୍ରୀଜିଉ । ଖେଚେଡି ଭୋଗ ଖାଇ ବାହୁଡା ଯାତ୍ରାରେ ବାହାରିବେ ତିନିଠାକୁର ।

ଇଟିଭି  ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.