ବାରବାଟୀରେ ଏଥର କଡା ଟକ୍କର, ଜିତିବାକୁ ଆଶାବାଦୀ ବିଜେଡି ପ୍ରାର୍ଥୀ ପ୍ରକାଶ - Prakash Behera reaction

By ETV Bharat Odisha Team

Published : May 22, 2024, 2:18 PM IST

thumbnail
ବାରବାଟୀରେ ଜିତିବାକୁ ଆଶାବାଦୀ ବିଜେଡି ପ୍ରାର୍ଥୀ ପ୍ରକାଶ (ETV Bharat Odisha)

କଟକ: କଟକ-ବାରବାଟୀରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଦ୍ବାରା ଜାରି ରହିଛି ସରଗରମ ପ୍ରଚାର । ଏହିକ୍ରମରେ ପ୍ରଚାରକୁ ବ୍ୟାପକ କରିଛି ବିଜେଡି । ହାତରେ ସମୟ କମ ଥିବାରୁ ସମସ୍ତ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା । ପ୍ରଥମ କଥା ହେଉଛି, ପ୍ରକାଶ ଉଭୟ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀ ଓ ବିଜେଡି ଦଳ ପାଇଁ ନୂଆ ଚେହେରା । ତେଣୁ ତାଙ୍କ ପାଇଁ ଅନେକ ଚାଲେଞ୍ଜ ରହିବା କଥାକୁ ଏଡାଇ ଦିଆ ଯାଇନପାରେ । ଯଦିଓ ସେ ସାଲେପୁରରୁ ନିର୍ବାଚନ ଲଢୁଥିଲେ, ଏବେ ସେ କଟକରୁ ଲଢୁଛନ୍ତି । ବାରବାଟୀ ଆସନରେ ବରିଷ୍ଠ କଂଗ୍ରେସ ନେତା ତଥା ବର୍ତ୍ତମାନର ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ, ବିଜେପି ପ୍ରାର୍ଥୀ ପୂର୍ଣ୍ଣ ମହାପାତ୍ରଙ୍କ ସହ ପ୍ରକାଶଙ୍କର ତ୍ରିକୋଣୀୟ ଲଢେଇ ହେଉଛି । ପ୍ରଚାର ସମୟରେ ଭୋଟରଙ୍କୁ କ’ଣ କହୁଛନ୍ତି ପ୍ରକାଶ ! କେଉଁ ମୁଦ୍ଦା ଓ ପ୍ରତିଶ୍ରୁତି ସହ କରୁଛନ୍ତି ପ୍ରଚାର ! ତମାମ ପ୍ରସଙ୍ଗରେ ତାଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.