ବିଶାଳ ଶୋଭାଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ହଜାର ହଜାର ମହିଳା ସାମିଲ - BJD Campaign

By ETV Bharat Odisha Team

Published : May 22, 2024, 2:01 PM IST

thumbnail
BJD Campaign (ETV Bharat Odisha)

BJD Campaign: ଢେଙ୍କାନାଳ: ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ମତଦାନକୁ ଆଉମାତ୍ର ୩ ଦିନ ବାକି ରହିଥିବା ବେଳେ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର ରହିଛି  । କାମାକ୍ଷନଗର ନିର୍ବାଚନ ମଣ୍ଡଳୀ ଭୁବନ ଅଞ୍ଚଳରେ ବିଜେଡିର ବିଧାୟକ ଓ ସଂସଦ ପ୍ରାର୍ଥୀଙ୍କ ଜୋରସୋରରେ ପ୍ରଚାର ଦେଖିବାକୁ ମିଳିଛି l ମଙ୍ଗଳବାର ଦିନ ବିଶାଳ ଶୋଭାଯାତ୍ରାରେ ବିଜେଡି ଶକ୍ତିପ୍ରଦର୍ଶନ କରିଛି । ହଜାର ହଜାର ମହିଳା ଏହି ସମାବେଶରେ ସାମିଲ ହୋଇଥିଲେ  । 

ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ମଧ୍ୟରୁ ଅନ୍ୟତମ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ । ଯାହାକୁ ରାଜ୍ୟର ଭେଟେରାନ ନେତା ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗତ ୨ ଦଶନ୍ଧି ଧରି ନିଜ ଦଖଲରେ ରଖି ଆସିଛନ୍ତି ।  ବିଜୁ ଜନତା ଦଳରୁ ପଞ୍ଚମ ପାଳିର ଭାଗ୍ୟ ପରୀକ୍ଷା ଲାଗି ଏଠି କଡ଼ା ଟକ୍କର ଦେଉଛନ୍ତି ନେତା ପ୍ରଫୁଲ୍ଲ କୁମାର ମଲ୍ଲିକ । ବିଗତ ଦିନରେ କରିଥିବା ବିକାଶମୂଳକ କାର୍ଯ୍ୟର ନାରାନେଇ ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ପ୍ରଫୁଲ୍ଲ ମଲ୍ଲିକ  ।

ଏହାମଧ୍ୟ ପଢନ୍ତୁ.. ପଞ୍ଚମ ପାଳି ଆଶାରେ ପ୍ରଫୁଲ୍ଲ, କାମାକ୍ଷାନଗରରେ ବିଜେଡିର ବିଶାଳ ରୋଡ ସୋ - BJd Campaign In Kamakhyanagar
 

ମଙ୍ଗଳବାର ଦିନ ବିଜେଡିର ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଓ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ବିଶାଳ ସମାବେଶରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି  । ଭୁବନ ଏନଏସିଠାରେ ନଗରପାଳ ଶୁଭେନ୍ଦୁ ସାହୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ତରଫରୁ ଆୟୋଜିତ ଏହି ବିଶାଳ ଶୋଭାଯାତ୍ରା ପାଖାପାଖି ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ସାଧାରଣ ମହିଳା, ଯୁବ କର୍ମୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.