ନବରଙ୍ଗପୁରରେ ହାତୀ ଆତଙ୍କ, ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

By

Published : Jul 17, 2023, 5:14 PM IST

thumbnail

ନବରଙ୍ଗପୁର: ଜିଲ୍ଲାରେ ଥମିବାରେ ନାଁ ନେଉନି ହାତୀ ମଣିଷ ଲଢେଇ । କେତେବେଳେ ହାତୀ ତ ପୁଣି କେତେବେଳେ ମଣିଷ ବଳି ପଡୁଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ଥାଟବେଡ଼ା ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି  ଆସମତି ଭତ୍ରା । ମାଆ, ପୁଅ ଏବଂ ଜଣେ ବୃଦ୍ଧ ଜଗିପଦର ଗାଁରୁ ଫେରୁଥିବା ସମୟରେ ହଠାତ୍ ଏକ ହାତୀ ହାବୁଡ଼ରେ ପଡ଼ିଥିଲେ । ବୃଦ୍ଧଙ୍କୁ ହାତୀଟି ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ମାଆ, ପୁଅ ଭୟରେ ଏକ ଗଛ ଉପରେ ଚଢ଼ିଯିବାରୁ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି ।  ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ତେବେ ହାତୀଟି ବୌଦ୍ଧ ଜିଲ୍ଲାର ହାତୀପଲଠାରୁ ଅଲଗା ହୋଇ କଳାହାଣ୍ଡି ଜିଲ୍ଲା ଦେଇ ନବରଙ୍ଗପୁର ଜିଲ୍ଲାକୁ ପଶିଆସିଥିବା ଜଣାପଡ଼ିଛି । ହାତୀଟିକୁ କଳାହାଣ୍ଡି ଜଙ୍ଗଲକୁ ଘଉଡ଼ାଇବା ନେଇ ପ୍ରାୟ ପାଞ୍ଚ ଦିନ ହେଲାଣି ୟାଇଲ୍ଡଲାଇଫ ଟିମ୍ ଏବଂ ବନବିଭାଗ କର୍ମଚାରୀ ନାକେଦମ୍ ହେଲେଣି l ହେଲେ ହାତୀ ଘଉଡ଼ାଇବାରେ ସଫଳ ହୋଇନାହାନ୍ତି ।

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.