ପଦ୍ମପୁର ଉପନିର୍ବାଚନରେ ବିଜେଡି ବିଜୟ ସୁନିଶ୍ଚିତ, ପ୍ରଦୀପଙ୍କ ଅଭିଯୋଗ ଭିତ୍ତିହୀନ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ

By

Published : Dec 8, 2022, 2:57 PM IST

Updated : Feb 3, 2023, 8:35 PM IST

thumbnail

ଝାରସୁଗୁଡା: ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି । ବିଜେପି ପ୍ରାର୍ଥୀଙ୍କୁ ବହୁ ପଛରେ ପକାଇ ବିଜୟ ଆଡକୁ ବଢୁଛି ବିଜେଡି । ଏହାକୁ ନେଇ ଝାରସୁଗୁଡା ସରବାହାଲସ୍ଥିତ ବାସଭବନ ଠାରେ ପ୍ରତିକ୍ରିୟା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ (Odisha Health Minister Naba Das) ଏବଂ ତାଙ୍କ ଝିଅ ତଥା ବିଜେଡି ଉପନିର୍ବାଚନ ସଂଯୋଜିକା ଦୀପାଲି ଦାସ । ପଦ୍ମପୁରରେ ବିଜେଡିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ପଦ୍ମପୁର ୧୭ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୩୦୦୫୯ ଭୋଟରେ ଆଗୁଆ ଅଛନ୍ତି । ନବୀନ ପଟ୍ଟନାୟକଙ୍କ ଭଲ କାର୍ଯ୍ୟ ଓ ତାଙ୍କ ଉପରେ ସାଧାରଣ ଲୋକ ଆସ୍ଥା ରହିଛି । ତେଣୁ ବିଜେଡି ନିଶ୍ଚୟ ଜିତିବ ବୋଲି ଦୀପାଲି ଦାସ ପ୍ରତିକ୍ରିୟା ଦେଇଛନ୍ତି । ଏପଟେ ପ୍ରଦୀପଙ୍କ ଇଭିଏମ୍ ହେରଫେର ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଇଟିଭି ଭାରତ, ଝାରସୁଗୁଡା

Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.