ବିଲେଇ ଛୁଆର ମାଙ୍କଡ ମା': କୋଳରେ ଧରୁଛି, ଚାରିଆଡେ ବୁଲୁଛି

By

Published : Jul 16, 2023, 7:43 PM IST

thumbnail

ଡେରାଡୁନ: ମାଆ ସମସ୍ତଙ୍କ ପାଇଁ ମାଆ ହୋଇଥାଏ । କେବଳ ନିଜ ସନ୍ତାନଙ୍କ ପାଇଁ ନୁହେଁ ସଭିଙ୍କ ପ୍ରତି ତାର ମାତୃଭାବ ରହିଥାଏ । ସେ ମଣିଷ ହେଉ କି ପଶୁ । ଉତ୍ତରାଖଣ୍ଡର ଟିହରିଠାରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ବିଲେଇ ଛୁଆକୁ ଛାତିରେ ଜାବୁଡି ଧରି ବୁଲୁଛି ମାଙ୍କଡ଼ । ଏହି କୌତୁହଳପୂର୍ଣ୍ଣ ଦୃଶ୍ୟକୁ ଦେଖିବା ଲାଗି ଦେଖଣାହାରୀଙ୍କୁ ମନରେ ଉତ୍କଣ୍ଠା ଭରି ଯାଇଛି । ସାଧାରଣତଃ ମାଙ୍କଡକୁ ସେମାନଙ୍କ ଦଳ ମଧ୍ୟରେ ଦେଖିବାକୁ ମିଳେ । ହେଲେ ଅନେକ ସମୟରେ ପଶୁ-ପଶୁ ମଧ୍ୟରେ ଏକ ଭିନ୍ନ ସମ୍ପର୍କ, ବନ୍ଧୁତା ରହିଥାଏ । ଟିହରି ଜିଲ୍ଲାପାଳଙ୍କ ଅଫିସ ନିକଟ ପାର୍କରେ ବିଲେଇ-ମାଙ୍କଡ଼ଙ୍କ ବନ୍ଧୁତା ଦେଖି ଲୋକଙ୍କ ମନରେ ସକାରତ୍ମକ ଭାବ ଦେଖିବାକୁ ମିଳିଥିଲା । ଏପରିକି ଏହି ଅସାଧାରଣ ଦୃଶ୍ୟକୁ ଦେଖିବା ଲାଗି ପାର୍କ ନିକଟରେ ବାଟୋଇଟିଏ କିଛି କ୍ଷଣ ଅଟକିଯାଇଥିଲା । ଗତ କିଛି ଦିନ ଧରି ପାର୍କରେ ଏହି ଦୃଶ୍ୟ ଦେଖିବାକୁ ମିଳୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।   

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.