ବାଲିଯାତ୍ରା ଦୁର୍ନୀତି; ଯାଞ୍ଚ କମିଟି ଫେଲ ମାରିଛି କହିଲେ ମୋକିମ

By ETV Bharat Odisha Team

Published : Dec 27, 2023, 4:58 PM IST

thumbnail

MLA Mohammed Moquim Targets CMC କଟକ: ଥମୁନି ବାଲିଯାତ୍ରା ଦୁର୍ନୀତି ବିବାଦ । ବାଲିଯାତ୍ରା ସରିବାର ଅନେକ ଦିନ ବିତିଥିଲେ ସୁଦ୍ଧା ଏଯାବତ ଏହି ବଡ଼ ବିଭ୍ରାଟକୁ ନେଇ ଜାରି ରହିଛି ତୁମ୍ବିତୋଫାନ । ଏନେଇ ଆଜି କଂଗ୍ରେସ ପକ୍ଷରୁ ପୁଣି ଥରେ ସିଏମସିକୁ ଟାର୍ଗେଟ କରାଯାଇଛି । ଏକ ଜନ ସଚେତନ ମୋଟରସାଇକେଲ ଶୋଭାଯାତ୍ରା ଜରିଆରେ କଟକ ସହରର ପରିକ୍ରମା କରିଛି କଂଗ୍ରେସ । ଏହି ଶୋଭାଯାତ୍ରାରେ କଂଗ୍ରେସ ପକ୍ଷରୁ ଏକ ରଥ ମଧ୍ୟ ସହର ପରିକ୍ରମା କରିଛି । 

ତେବେ କଂଗ୍ରେସର ଏହି ଶୋଭାଯାତ୍ରାରେ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ସମେତ ଶତାଧିକ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତେବେ ଏହି ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ଯାଞ୍ଚ କମିଟି ମଧ୍ୟ ଫେଲ ମାରିଛି ବୋଲି ଦାବି କରିଛନ୍ତି ବିଧାୟକ ମହମ୍ମଦ ମୋକିମ । ତେବେ ଏହି ରଥ ଦୁଇ ଦିନ ଧରି କଟକର ସମସ୍ତ ୱାର୍ଡରେ ବୁଲିବ ଓ ଲୋକ ମାନଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି କହିଛନ୍ତି ବିଧାୟକ । ପୂର୍ବରୁ ଏହି ଦୁର୍ନୀତି ପାଇଁ ଅନେକ ପ୍ରଶ୍ନ କରିଛି କଂଗ୍ରେସ । ଏହି ଦୁର୍ନୀତି ମଧ୍ୟରେ ବାଲିଯାତ୍ରା ଗେଟ ପାଇଁ ଖର୍ଚ୍ଚ ହୋଇଛି 6 ଲକ୍ଷ କିନ୍ତୁ ଟେଣ୍ଡର ହୋଇଛି 36 ଲକ୍ଷ ଟଙ୍କା । ଏହାଛଡା ବାଣ ଫୁଟା, ପରିମଳ, ଲେଜର ଲାଇଟରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ ।

ତେବେ ବଲିଯାତ୍ରରେ ମୋଟ ସାଢ଼େ ଚାରି କୋଟି ଟଙ୍କାର ଵ୍ୟୟ ବରାଦ କରିଛି ମହାନଗର ନିଗମ । ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ କରନ୍ତୁ  ବୋଲି ପୂର୍ବରୁ ମୋକିମ କହିଥିଲେ । ଗତ 19 ତାରିଖରେ ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରି ସିଏମସିକୁ କଡା ଚେତାବନୀ ମଧ୍ୟ ଦେଇଥିଲା କଂଗ୍ରେସ । ହେଲେ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ନଆସିବାରୁ ଆଗମୀ ଦିନରେ କଂଗ୍ରେସ ତାର ଲଢେଇ ଜାରି ରଖିବ ବୋଲି କହିଛନ୍ତି ବିଧାୟକ । 

ଏହା ମଧ୍ୟ ପଢ଼ନ୍ତୁ..... ମେୟର ଚାନ୍ଦା ଆଦାୟ କରି ହଜାର ଦୁଇ ହଜାର ଟଙ୍କା ପାଇ ଖୁସି ହେଉଥିଲେ: ମୋକିମ

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.