ETV Bharat / state

ମେୟର ଚାନ୍ଦା ଆଦାୟ କରି ହଜାର ଦୁଇ ହଜାର ଟଙ୍କା ପାଇ ଖୁସି ହେଉଥିଲେ: ମୋକିମ

author img

By ETV Bharat Odisha Team

Published : Dec 23, 2023, 10:46 PM IST

Barabati MLA targets Cuttack Mayor: ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗକୁ ନେଇ ମୁହାମୁହିଁ ବାରବାଟୀ ବିଧାୟକ ମୋକିମ ଓ କଟକ ମେୟର ସୁବାସ ସିଂ । ବ୍ୟକ୍ତିଗତ ସ୍ତରରେ ପରସ୍ପରକୁ କଲେ ଆକ୍ଷେପ । ଅଧିକ ପଢନ୍ତୁ

Barabati MLA targets Cuttack Mayor
Barabati MLA targets Cuttack Mayor

ମେୟର ଚାନ୍ଦା ଆଦାୟ କରି ହଜାର ଦୁଇ ହଜାର ଟଙ୍କା ପାଇ ଖୁସି ହେଉଥିଲେ

କଟକ: ତେଜୁଛି ବାଲିଯାତ୍ରା ଅନିୟମିତତା ବିବାଦ । ଏହି ପ୍ରସଙ୍ଗକୁ ନେଇ ଏବେ ମୁହାଁମୁହିଁ କଟକ ବାରବାଟୀ ବିଧାୟକ ଓ ସିଏମସି ମେୟର । ପରସ୍ପରକୁ ଆକ୍ଷେପ କରୁଛନ୍ତି ଉଭୟ । କେତେବେଳେ ମେୟର ବିଧାୟକଙ୍କୁ ଟାର୍ଗେଟ କରୁଛନ୍ତି ତ ଆଉ କେତେବେଳେ ବିଧାୟକ ମେୟରଙ୍କୁ ଟାର୍ଗେଟ କରୁଛନ୍ତି । ସ୍ଥିତି ଏବେ ବ୍ୟକ୍ତିଗତ ସ୍ତରକୁ ଆସିଲାଣି । ଆଜି (ଶନିବାର) ମେୟରଙ୍କୁ କଡା ଜବାବ ଦେଇଛନ୍ତି ବିଧାୟକ ମୋକିମ । ମେୟର ଚାନ୍ଦା ଆଦାୟ କରି ହଜାର ୨୦୦୦ ଟଙ୍କା ପାଇ ଖୁସି ହେଉଥିଲେ ବୋଲି କହିଛନ୍ତି ମୋକିମ ।

ଦୁର୍ନୀତି ପ୍ରସଙ୍ଗରେ ମେୟର ସ୍ବଚ୍ଛତା ବାଣ୍ଟିବା ପାଇଁ ଚେଷ୍ଟା କରିଥିବା ବେଳେ ବିଧାୟକ ମୋକିମଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏହାର ଜବାବରେ ମୋକିମ କହିଛନ୍ତି, " ମେୟର ସୁବାସ ବାମପନ୍ଥୀରୁ ଆସିଛନ୍ତି । ସେ ବାମପନ୍ଥୀରେ ଥିବାବେଳେ ଚାନ୍ଦା ଆଦାୟ କରୁଥିଲେ । ହଜାର ଦୁଇ ହଜାର ଟଙ୍କା ମିଳିଗଲେ ଖୁସି ହୋଇଯାଉଥିଲେ ସୁବାସ । ଆଉ ଏବେ କୋଟିକୋଟି ଟଙ୍କା ଦେଖି ସେ ବାଉଳି ହେଉଛନ୍ତି । ଶାଳୀନତା ରଖି ପାରୁନାହଁନ୍ତି । ଇଆଡୁ ସିଆଡୁ ଗପୁଛନ୍ତି । ବାଲିଯାତ୍ରାରେ ଦୁର୍ନୀତିରେ ସେ ସମ୍ପୃକ୍ତି ଅଛନ୍ତି । ନିଜର ପରିବାର ଲୋକଙ୍କୁ ବ୍ୟବହାର କରି ବେନିଫିଟ ନେଉଛନ୍ତି ସୁବାସ । ଏପରିକି ପୁଅର କମ୍ପାନୀକୁ ବି ଏଥିରେ ବ୍ୟବହାର କରାଉଛନ୍ତି । କଂଗ୍ରେସ ଯେତେବେଳେ ଏନେଇ ବାରମ୍ବାର ଆନ୍ଦୋଳନ କରୁଛି ସେ ଭୟରେ ଇଆଡୁ ସିଆଡୁ ଗପୁଛନ୍ତି ।"

ଏହା ବି ପଢନ୍ତୁ- ଜୋର ଧରିଲା ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ, ସିଏମସି ଘେରିଲା କଂଗ୍ରେସ

ଏହା ପୂର୍ବରୁ ମେୟର ସୁବାସ ସିଂ ବାଲିଯାତ୍ରାରେ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କଥା କହିଥିବା ବେଳେ ଏହାର ତଦନ୍ତ ସରିଲେ ସମସ୍ତ କଥା ସ୍ପଷ୍ଟ ହେବ ବୋଲି କହିଥିଲେ । ମାତ୍ର ଗେଟ ଖର୍ଚ୍ଚ ୩୪ ଲକ୍ଷ ଟଙ୍କାର ଯେଉଁ ବ୍ୟୟ ବରାଦ ହୋଇଥିବା ଅଭିଯୋଗ ହୋଇଛି ତାହା ଭିତ୍ତିହୀନ ବୋଲି ମେୟର କହିଥିଲେ । କିନ୍ତୁ ପ୍ରଶ୍ନ ଉଠୁଛି କହିଁକି ଗେଟ ପାଇଁ ୩୪ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଥିଲା ? ପରବର୍ତ୍ତୀ ସମୟରେ କାହିଁକି ଏହାର ତଦନ୍ତ ପାଇଁ କମିଟି ଗଠନ କରାଯାଇଥିଲା ? ସେନେଇ କିନ୍ତୁ ମେୟର କୌଣସି ସ୍ପଷ୍ଟ ଉତ୍ତର ରଖିନଥିଲେ ।

ଏହା ବି ପଢନ୍ତୁ- କିଏ ଦେବ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ? ପ୍ରତିକ୍ରିୟା ରଖିଲେ ସିଏମସି ମେୟର

ତଥ୍ୟ ନଥାଇ ବିଧାୟକ ମୋକିମ କାହିଁକି ବିବୃତି ରଖୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ମେୟର ସୁବାସ । ସେହିପରି ସହରେ ଉନ୍ନତିମୂଳକ କାର୍ଯ୍ୟରେ ମୋକିମ ବାଧା ଦେଉଛନ୍ତି ବୋଲି ସୁବାସ ଅଭିଯୋଗ ମଧ୍ୟ ଆଣିଥିଲେ । ସାମ୍ବାଦିକ ସମ୍ମିଳନୀ କରି ମେୟର ସୁବାସ ଏଭଳି ପ୍ରତିକ୍ରିୟା ରଖିବା ପରେ ଆଜି ଏହାର ଜବାବ ଦେଇଛନ୍ତି ବିଧାୟକ ମୋକିମ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.