ETV Bharat / state

ଜୋର ଧରିଲା ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ, ସିଏମସି ଘେରିଲା କଂଗ୍ରେସ

author img

By ETV Bharat Odisha Team

Published : Dec 19, 2023, 4:19 PM IST

Congress protest over corruption in Balijatra: ଜୋର ଧରୁଛି ବାଲିଯାତ୍ରାରେ ଅନିୟମିତତା ପ୍ରସଙ୍ଗ । କଟକ ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଆଗକୁ ପଢ଼ନ୍ତୁ,

ବାଲିଯାତ୍ରା ଦୁର୍ନୀତି
ବାଲିଯାତ୍ରା ଦୁର୍ନୀତି

ସିଏମସି ଘେରିଲା କଂଗ୍ରେସ

କଟକ: ଜୋର ଧରୁଛି ବାଲିଯାତ୍ରା ଅନିୟମିତତା ପ୍ରସଙ୍ଗ । ଏନେଇ କଂଗ୍ରେସର ବିରୋଧ । କଟକ ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଶତାଧିକ କଂଗ୍ରେସ କର୍ମୀ ସିଏମସି ଆଗରେ ଆନ୍ଦୋଳନ କରିଛନ୍ତି । ଆସନ୍ତା ୨୭ ତାରିଖରୁ ପ୍ରତି ୱାର୍ଡରେ ଆନ୍ଦୋଳନ କରାଯିବା ନେଇ ଚେତାବନୀ । ଏହି ଘଟଣାକୁ ନେଇ ସମସ୍ତ ଲୋକଙ୍କ ପାଖରେ ପହଞ୍ଚିବ କଂଗ୍ରେସ।

ବାଲିଯାତ୍ରାରେ ବ୍ୟାପକ ଅନିୟମିତତାକୁ ନେଇ କଂଗ୍ରେସର ବିରୋଧ । ସେନେଇ କଟକ ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି । ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସିଏମସି ଆଗରେ ଆନ୍ଦୋଳନ କରିଛନ୍ତି । ସିଏମସି ମେୟର ଏବଂ କମିଶନରଙ୍କ ବିରୋଧରେ ନାରବାଜି କରିବା ସହ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଏନେଇ ଆସନ୍ତା ୨୭ ତାରିଖରୁ ପ୍ରତି ୱାର୍ଡରେ ଏହି ଆନ୍ଦୋଳନ କରାଯିବ ବୋଲି ମୋକିମ ଚେତାବନୀ ମଧ୍ୟ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ଚଳିତବର୍ଷ ବାଲିଯାତ୍ରା ନୁହଁ ବରଂ ମହା ଦୁର୍ନୀତି ଯାତ୍ରା: ସୁବାସ ସଙ୍ଗଠନ

ସେ ତୋରଣ ହେଉ କିମ୍ବା ବାଣ ଫୁଟା ହେଉ ଅବା ବାଲିଯାତ୍ରାର ପ୍ରତ୍ୟକ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା କମିଟି ମଧ୍ୟ, ଏହାର ଗନ୍ଧ ବାରି ପାରିଛି । ଟେଣ୍ଡର ପ୍ରକ୍ରିୟାରେ ସମୁଦାୟ ୩ କୋଟି ୩୨ ଲକ୍ଷ ଟଙ୍କାକୁ ଚଞ୍ଚକତା କରି ନେଇଥିଲେ ସମ୍ପୃକ୍ତ ଠିକା ସଂସ୍ଥା । ବିଭିନ୍ନ କାମ କରିବା ଆଳରେ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ କରାଯାଉଛି । ଗତବର୍ଷ ଯେଉଁ ଏଜେନ୍ସି କାମ କରିଥିଲା, ଏବର୍ଷ ଦୁଇଶହ ପ୍ରତିଶତ ଅଧିକରେ ଉକ୍ତ ଏଜେନ୍ସି କାମ କରିବାକୁ ଅନୁକମ୍ପା ଦେଖାଇଥିଲା । କେଉଁ ଉଦ୍ଧେଶ୍ୟରେ ଉକ୍ତ ଏଜେନ୍ସିକୁ ସମାନ କାମକୁ ଅଧିକ ଟଙ୍କାରେ ଦିଆ ଯାଇଥିଲା ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଯାହାକୁ ନେଇ ଅନେକ ଚର୍ଚ୍ଚାବି ଆରମ୍ଭ ହୋଇଗଲାଣି । ଖୋଦ ଶାସକ ଦଳର କର୍ପୋରେଟର ମଧ୍ୟ ଏନେଇ ଅଭିଯୋଗ କରିଛନ୍ତି ।

୨ଟି ବାଉଁଶ ଗେଟକୁ ୩୨ ଲକ୍ଷ

ବାଲିଯାତ୍ରାର ସ୍ୱାଗତ କରିବା ପାଇଁ ଦୁଇଟି ତୋରଣ କଟକର ଏଣ୍ଟ୍ରି ପାଖରେ ଲଗା ଯାଇଥିଲା । ଯାହାର ମୂଲ୍ୟ ୩୨ ଲକ୍ଷ ଟଙ୍କା । ଟେଣ୍ଡରରେ ଏହାକୁ ପାସ କରାଯିବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଯଦି ଏହି ଦୁଇଟି ଗେଟ ବାଉଁଶରେ ନିର୍ମାଣ କରାଯାଏ, ଅତିବେଶୀରେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେବା କଥା । ମାତ୍ର ସେହି ଖର୍ଚ୍ଚରେ ମଧ୍ୟ ହେରଫେର ହୋଇଥିବା ସ୍ପଷ୍ଟ ବାରି ହେଉଛି ।

୨୦ ହଜାର ଟଙ୍କାର ବାଣ ଫୁଟାଇ ୨୭ ଲକ୍ଷ ଟଙ୍କାର ବିଲ

ବାଲିଯାତ୍ରାରେ ବାଣ ଫୁଟାଇବା ପାଇଁ ୨୭ ଲକ୍ଷଟଙ୍କାର ବିଲ କରାଯାଇଛି । ମାତ୍ର ୧୦ ମିନିଟ ବାଣ ଫୁଟାଇ ୨୭ ଲକ୍ଷ ଟଙ୍କାର ବିଲ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ତଦନ୍ତ କମିଟି ଏହାର ତଦନ୍ତ କରିଥିଲା । ବିଭିନ୍ନ ବାଣ ଗୋଦାମରେ ପଚାରି ବୁଝିବା ସହ ଯେଉଁ ସ୍ଥାନରେ ବାଣ ଫୁଟା ଯାଇଥାଏ ,ସେଠାରେ ମଧ୍ୟ ପଚାରି ବୁଝିଥିଲେ । ତେବେ ଏଥିରେ ମଧ୍ୟ ଅନିୟମିତତା ହୋଇଥିବା କମିଟି ଗନ୍ଧ ବାରି ପାରିଛି ।

ପ୍ରୋଜେକ୍ଟର ଲଗାଇ ୯୨ ଲକ୍ଷ ଟଙ୍କାର ବିଲ

ବାଲିଯାତ୍ରାରେ ଲେଜର ଲାଇଟ ସୋ କରାଯାଇଥିଲା । ଗତବର୍ଷ ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶେଷକରି ମହାନଦୀ କୂଳରେ ଏହି ସୋ କରାଯାଇଥାଏ । ତେବେ ଏଥି ପାଇଁ ୯୨ ଲକ୍ଷ ଟଙ୍କାର ବିଲ ହୋଇଛି । ତେବେ ୩ ଦିନ ଏହି ସୋ ଚାଲିଲା ପରେ ଏହାକୁ ବନ୍ଦ କରାଯାଇଥିଲା । ତେବେ କେବଳ ପ୍ରୋଜେକ୍ଟରରେ ଏତେ ଟଙ୍କା କିପରି ଖର୍ଚ୍ଚ ହୋଇଛି ବୋଲି ଅଭିଯୋଗ କରାଯାଇ ଅନେକ ପ୍ରଶ୍ନ ଉଠୁଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.