ଚଳିତବର୍ଷ ବାଲିଯାତ୍ରା ନୁହଁ ବରଂ ମହା ଦୁର୍ନୀତି ଯାତ୍ରା: ସୁବାସ ସଙ୍ଗଠନ

By ETV Bharat Odisha Team

Published : Dec 15, 2023, 6:40 AM IST

thumbnail

କଟକ: ବାଲିଯାତ୍ରାରେ ଯେଉଁସବୁ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି । ତାର ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇଛି ସୁବାଷ ସଂଗଠନ । ବାଲିଯାତ୍ରା ପଡିଆର ମୁଖ୍ୟ ତୋରଣ ନିକଟରେ ଆଜି ସଂଗଠନର କର୍ମ କର୍ତ୍ତାମାନେ ପହଞ୍ଚି ଏହି ଦୁର୍ନୀତି ବିରୋଧରେ ସ୍ୱର ଉଠାଇଛନ୍ତି । ପୂର୍ବରୁ କଟକ ସହରର ବିଭିନ୍ନ ସମସ୍ୟାକୁ ନେଇ ସୁବାଷ ସଂଗଠନ ଭିନ୍ନ ଭିନ୍ନ ତରିକାରେ ପ୍ରତିବାଦ କରିଛି ।

ତେବେ ବାଲିଯାତ୍ରାରେ ମୁଖ୍ୟତଃ 2ଟି ଗେଟ୍ ବାବଦକୁ 32ଲକ୍ଷ ଟଙ୍କା ଖର୍ଚ୍ଚ । ଦୁଇ ଦିନରେ ଅଧ ଅଧ ଘଣ୍ଟେ ମୋଟ୍ ଏକ ଘଣ୍ଟାକୁ ସବୁଜ ବାଣ ଫୁଟା ବାବଦକୁ 24ଲକ୍ଷ ଟଙ୍କା ବ୍ୟୟବରାଦ କରାଗଲା । ଯାତ୍ରା ଶେଷରେ ସଫେଇ ପାଇଁ 34ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲେ ମଧ୍ୟ ଅତି ଚତୁରତାର ସହ ଉଚ୍ଚଶିକ୍ଷା ବିଭାଗ ମାଧ୍ୟମରେ କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ପଡ଼ିଆକୁ ସଫେଇ କରାଗଲା । ଏହିସବୁ ଘଟଣାକୁ ନଜର କଲେ ଦିନ ଦ୍ୱିପ୍ରହରେ ଲୋକମାନଙ୍କର ଟିକସ ପଇସାକୁ ବାଟମାରଣା ହେଲା ତାହା ଜଳଜଳ ହୋଇ ଦେଖାଦେଉଛି ବୋଲି କହିଛନ୍ତି ସଂଗଠନର କର୍ମକର୍ତ୍ତା । 
 

ଏହା ମଧ୍ୟ ପଢନ୍ତୁ...ବାଲିଯାତ୍ରାରେ ଦୁର୍ନୀତି ପ୍ରସଙ୍ଗ; କଳାପାହାଡ଼ ନେତା ଯୋଗୁ କଟକ ବଦନାମ: ମେୟର

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଯେ ଲେଜର ଲାଇଟ୍ ସୋ କରାଯିବା ପାଇଁ 96ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ମାତ୍ର ଦୁଇ ଦିନରେ ଏହି ଫ୍ଲପ୍ ଲେଜର ସୋକୁ ବନ୍ଦ କରାଗଲା । ଯାହା ଦ୍ୱାରା କେତେ ଟଙ୍କା ହରିଲୁଟ ହେଲା ତାହା କଟକ ନୁହଁ ବରଂ ସାରା ଓଡ଼ିଶାବାସୀଙ୍କୁ ଜଣା । ବର୍ତ୍ତମାନ ସ୍ଥିତିରେ ଯଦି ଏହି ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରାଯାଏ ତେବେ ଆଗମୀ ଦିନରେ ସଂଗଠନର ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.