ଦର୍ଶନ କରନ୍ତୁ ପଟି ଦିଅଁଙ୍କ ମଙ୍ଗଳ ଆଳତୀ

By

Published : Jun 16, 2023, 6:46 AM IST

thumbnail

ପୁରୀ: ଜ୍ବରରୁ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଦାରୁଦିଅଁଙ୍କ ଅଣସରରେ ନିୟୋଜିତ ଦଇତାପତିମାନେ ଗଜପତିଙ୍କୁ ଭେଟି ସୁସ୍ଥତା ଖବର ଜଣାଇଛନ୍ତି ।  ସ୍ନାନଯାତ୍ରାରେ 108 ଗରା ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ବରରେ ପଡିଥିଲେ ଚତୁର୍ଦ୍ଧାମୂର୍ତ୍ତି । ମଣିମା ସୁସ୍ଥ ହୋଇସାରିଥିବା ବେଳେ ଆଉ 3 ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ସେପଟେ ମହାପ୍ରଭୁଙ୍କ ଅଣସର ପିଣ୍ଡି ବିଜେ ପରଠାରୁ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ଅନନ୍ତ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ବିକଳ୍ପ ଭାବେ ଦେବୀ ଭୁବନେଶ୍ବରୀ ପୂଜା ପାଉଛନ୍ତି । ଶ୍ରୀମନ୍ଦିରରେ ଯେଭଳି ଦୈନିକ ନୀତିକାନ୍ତି ହୋଇଥାଏ, ସେହି ନୀତି ପଟି ଦିଅଁଙ୍କ ଠାରେ ହେଉଛି । ଜଗତର ମଙ୍ଗଳ କାମନା କରି ପ୍ରଭାତରୁ ପ୍ରଭୁ ପତିତପାବନଙ୍କ ଭଳି ପଟି ଦିଅଁଙ୍କ ନିକଟରେ କରାଯାଇଛି ମଙ୍ଗଳ ଆଳତୀ । ଏହି ଦିବ୍ୟ ଆଳତୀ ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ଓ ପୁଣ୍ୟ ପ୍ରାପ୍ତି ହୋଇଥାଏ । ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ଅଣସର ନୀତି ସମୟରେ ଶ୍ରୀମନ୍ଦିର ଭିତରେ କୌଣସି ଘଣ୍ଟ ଅବା ଗୀତ ବୋଲାଯାଏ ନାହିଁ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.