Mangala Alati: ପବିତ୍ର ଜନ୍ମାଷ୍ଟମୀରେ ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ

By ETV Bharat Odisha Team

Published : Sep 6, 2023, 6:40 AM IST

thumbnail

ପୁରୀ: ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଜଗତର ନାଥ ଜଗନ୍ନାଥ । କୋଟି ଓଡିଆଙ୍କ ମଉଡ ମଣି । ନୀଳାଚଳିଆ କାଳିଆ ଠାକୁର । ଭାବ ବିନୋଦିଆ କଳା ଠାକୁରକୁ ଦେଖିବାକୁ ବ୍ୟାକୁଳ ଭକ୍ତର ମନ । ତାଙ୍କ ଚକାଆଖିରେ ଆଖି ମିଶି ଗଲେ କୋଟି ପୂଣ୍ୟ ଲାଭ କରେ ଭକ୍ତ । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ମହାପ୍ରଭୁ । ତାଙ୍କର ଦର୍ଶନ ଟିକିଏ ପାଇଁ କାହିଁ କେଉଁ ଅନତି ଦୂରରୁ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଥାଆନ୍ତି ଶ୍ରଦ୍ଧାଳୁ । ଜଗତର ମଙ୍ଗଳ କାମନା କରି ପ୍ରତ୍ୟେକ ଦିନ ସକାଳୁ ପ୍ରଭୁ ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ । ସବୁଦିନ ଭଳି ଆଜି ମଧ୍ୟ ଦ୍ବାରଫିଟା ନୀତି ସମ୍ପନ୍ନ ପରେ ମଙ୍ଗଳ ଆଳତୀ ନୀତି କରାଯାଇଛି । ସେବାୟତମାନେ ଘଣ୍ଟି, ଧୂପ ଓ ମନ୍ତ୍ରୋପଚାରଣ ସହ ପତିତପାବନଙ୍କ ଆଳତୀ କରିଛନ୍ତି । ଏହି ଦିବ୍ୟ ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇ ଅପାର କରୁଣା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.