Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ

By

Published : Jul 1, 2023, 6:47 AM IST

thumbnail

ପୁରୀ: ଭାବ ବିନୋଦିଆ କାଳିଆ ଠାକୁର । ଦିନବନ୍ଧୁ, କୃପାସିନ୍ଧୁ । କୋଟି ଓଡ଼ିଆଙ୍କ ମଉଡମଣି । ତାଙ୍କର ଚକାଆଖିକୁ ଚାହିଁଦେଲେ ସବୁ ଦୁଃଖ କଷ୍ଟ ପାଶୋରି ଯାଏ ଭକ୍ତ । ମହାପ୍ରଭୁଙ୍କ ଝଲକଟିଏ ପାଇବାକୁ କାହିଁ କେତେ ଦୂରରେ ଭକ୍ତଟିଏ ଧାଇଁ ଆସେ ଶ୍ରୀକ୍ଷେତ୍ର ଧାମକୁ  । ନବଦିନାତ୍ମକ ଘୋଷଯାତ୍ରା ସରିବା ପରେ ଆଜି ଶ୍ରୀମନ୍ଦିରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି  । ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ  । ଜଗତର କଲ୍ୟାଣ ମନାସି ବିଶ୍ବ ନିୟନ୍ତାଙ୍କ ପାଖରେ ପ୍ରତିଦିନ କରାଯାଏ ମଙ୍ଗଳ ଆଳତୀ  । ସବୁ ଦିନ ପରି ଆଜି ବି ସେବାୟତଙ୍କ ଦ୍ବାରା ପ୍ରଭାତରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସମ୍ପନ୍ନ ହୋଇଛି  । ଏହାପରେ ଘଣ୍ଟି, ଦୀପ ଓ ମନ୍ତ୍ରୋପଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ  । ପ୍ରତ୍ୟୁଷରୁ ମହାପ୍ରଭୁଙ୍କ ଏହି ଆଳତୀ ଦର୍ଶନ କଲେ ଦିନ ମଙ୍ଗଳମୟ ହେବା ସହ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି  ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.