ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ

By

Published : Apr 18, 2023, 7:01 AM IST

thumbnail

ପୁରୀ: ଉଠ ଉଠ ମଣିମା ହୁଅ ସଦୟେ... ଓଁ ନମୋ ଭଗବତେ ବାସୁଦେବାୟ । ଜଗତର ନାଥ ସେ ମହାପ୍ରଭୁ ଜଗନ୍ନାଥ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ମଙ୍ଗଳ ଆଳତୀ କରାଯାଏ । ଯାହାର ମାହାତ୍ମ୍ୟ ବେଶ ଅଧିକ । ମହାପ୍ରଭୁଙ୍କ ଦ୍ବାରଫିଟା ନୀତି ସମ୍ପନ୍ନ ପରେ ସବୁ ଦିନ ପରି ଆଜି ମଧ୍ୟ ପତିତପାବନଙ୍କ ମଙ୍ଗଳ ଆଳତୀ ହୋଇଛି । ସେବାୟତଙ୍କ ଦ୍ବାରା ଏହି ମଙ୍ଗଳ ଆଳତୀ ହୋଇଛି । ଘଣ୍ଟି, ଘଣ୍ଟା ଓ ମନ୍ତ୍ରୋଚାରଣ ପକମ୍ପିତ ହୋଇଛି ଶ୍ରୀମନ୍ଦିର ପରିବେଶ । ଯାହା ଦେଖିବାକୁ ବେଶ ମନମୁଗ୍ଧକର । ପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ ଶୁଭମୟ ହୋଇଥାଏ । କୁହାଯାଏ ମହାପ୍ରଭୁଙ୍କ ଡୋରି ଲାଗିଲେ ହିଁ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳେ । ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.