କେନ୍ଦ୍ରମନ୍ତ୍ରୀ ରାମେଶ୍ବର ତେଲିଙ୍କ ସହ ସାକ୍ଷାତକାର, 'ଯେଉଁଠି ପ୍ରଚାର କରିଛୁ, ଭଲ ସମର୍ଥନ ମିଳିଛି' - ETV Bharat Exclusive

By ETV Bharat Odisha Team

Published : May 18, 2024, 10:52 PM IST

thumbnail
Interview With Central MInister Rameswar Teli (ETV Bharat Odisha)

ETV Bharat Exclusive: ଭୁବନେଶ୍ବର: ବିଜେପି ଫୋକସରେ ଓଡ଼ିଶା । ରାଜ୍ୟକୁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଘନ ଘନ ଗସ୍ତରେ ଆସୁଥିବାବେଳେ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ରାମେଶ୍ବର ତେଲି ମଧ୍ୟ ଆସି ପ୍ରଚାର କରିଛନ୍ତି । ଏନେଇ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, "ମୁଁ ପ୍ରଚାର ପାଇଁ ପାରାଦ୍ବୀପ ଯାଇଥିଲି । ବିଧାୟକ ପ୍ରାର୍ଥୀ ମୋର ଜଣେ ଭଲ ବନ୍ଧୁ । ମୁଁ ତାଙ୍କ ପାଇଁ ପ୍ରଚାର କଲି । ଏହାପରେ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପାଇଁ ପ୍ରଚାର କଲି । ଏହାପରେ ବାଲେଶ୍ବରରେ ମଧ୍ୟ ଆମେ ପ୍ରଚାର କରିଥିଲୁ । ଯେଉଁ ଯେଉଁ ସ୍ଥାନରେ ଆମେ ପ୍ରଚାର କରିଛୁ, ବିପୁଳ ଜନସମର୍ଥନ ମିଳିଛି । ତେଣୁ ସମସ୍ତ ପ୍ରାର୍ଥୀ ଜିତିବେ ବୋଲି ଆଶା ରହିଛି ।"

ହା ବି ପଢନ୍ତୁ...ETV Bharat EXCLUSIVE: 'ମୋଦି ଆଉଟ୍‌ ଗୋଇଙ୍ଗ୍‌ ପିଏମ୍‌, ୨୦୦୪ ଫଳାଫଳ ପୁନରାବୃତ୍ତି ହେବ' 

ସାରା ଦେଶରେ ବର୍ତ୍ତମାନ ମୋଦି ଲହର ଜାରି ରହିଥିବାରୁ ପୁଣି ଥରେ କେନ୍ଦ୍ରରେ ବିଜେପି ସରକାର କରିବ ବୋଲି ସେ ଦମ୍ଭୋକ୍ତି ଦେଖାଇଛନ୍ତି । ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ପ୍ରଚାର ବେଳେ ବିଜେପିକୁ ଢେର ସମର୍ଥନ ମିଳିଥିବା ନେଇ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.