ରଘୁନାଥପାଲ୍ଲୀରେ ପୁଣି ବାଜିବ ଶଙ୍ଖ: ବିଜେଡି ପ୍ରାର୍ଥୀ ଅର୍ଚ୍ଚନା ବେହେରା - BJD Campaign In raghunathpali

By ETV Bharat Odisha Team

Published : May 18, 2024, 10:27 PM IST

thumbnail
ରଘୁନାଥପାଲ୍ଲୀରେ ପୁଣି ବାଜିବ ଶଙ୍ଖ: ଅର୍ଚ୍ଚନା (ETV Bharat Odisha)

BJD CAMPAIGN IN RAGHUNATHPALI: ରାଉରକେଲା: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ଗୋଟିଏ ଦିନ ବାକି ଅଛି । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ଉଷ୍ମ ହେଉଛି । ଆଜି ନିର୍ବାଚନର ଶେଷ ଦିନରେ ବିଜେଡି ରଘୁନାଥପାଲ୍ଲୀରେ ଜୋରଦାର ପ୍ରଚାର କରିଛି । ଏଥର ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ପୁଣି ଶଙ୍ଖ ବାଜିବ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ପ୍ରାର୍ଥୀ ଅର୍ଚ୍ଚନା ବେହେରା । 

ଏହି ଅବସରରେ ଅର୍ଚ୍ଚନା ବେହେରା କହିଛନ୍ତି ଯେ,ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ଭରପୁର ସହଯୋଗ ରହିଛି । ପୁଣି ରାଜ୍ୟରେ ବିଜେଡି ସରକାର କରିବ ସହ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଏବଂ ବିକାଶ ଧାରା ଲୋକଙ୍କୁ ଆକୃଷ୍ଟ କରୁଛି । ନାରୀଙ୍କୁ ସଶକ୍ତ କରିବା ହେଉ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରାଥମିକତା ହେଉ ବା କାଳିଆ ଯୋଜନା ହିତାଧିକାରୀ ଏବଂ ବିଜୁ ସ୍ୱାସ୍ଥ୍ୟ କାର୍ଡ ସହ କ୍ରୀଡା ଏବଂ ବିକାଶ ଧାରାକୁ ନେଇ ଆମେ ବର୍ତ୍ତମାନ ଲୋକଙ୍କ ପାଖରେ ପହଞ୍ଚୁଛୁ । ଲୋକଙ୍କ ସମର୍ଥନ ମଧ୍ୟ ବିପୁଳ ମିଳୁଛି ଯାହାକୁ ନେଇ ବର୍ତ୍ତମାନ ବ୍ୟାପକ ଭାବରେ ପ୍ରଚାର କରାଯାଉଛି ।ରଘୁନାଥପାଲ୍ଲୀରେ ପୁଣି ବାଜିବ ଶଙ୍ଖ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.