ଦର୍ଶନ କରନ୍ତୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତୀ

By

Published : Jun 18, 2023, 6:54 AM IST

thumbnail

ପୁରୀ: ଅଣସରରେ ଶ୍ରୀଜିଉ। ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହୋଇଛନ୍ତି ମହାବାହୁ। ଶନିବାର ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି ଆରମ୍ଭ ହୋଇଛି । ଆଜି ମଧ୍ୟ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହାପରେ ଆସନ୍ତାକାଲି ଶ୍ରୀ ବିଗ୍ରହମାନେ ନବଯୌବନ ପ୍ରାପ୍ତି ହେବା ସହ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ । ଏହାର ପର ଦିନ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁ ଅଣସରରେ ଥିବାରୁ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଭକ୍ତ। ଫଳରେ ଖାଁ ଖାଁ ହୋଇପଡିଛି ଶ୍ରୀମନ୍ଦିର। ସକାଳ ହେଲେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।  ଏଠାରେ ପ୍ରତିଦିନ ଅଲାରନାଥଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଏହାକୁ ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥାଏ । ଆଜି ଭୋର ସମୟରେ ଅଲାରନାଥଙ୍କ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଛି ।  ଅଲାରନାଥଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ଭକ୍ତ। 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.