Mangala Alati: ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ

By

Published : May 9, 2023, 7:08 AM IST

thumbnail

ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ତାର ସେ କଳା ଶ୍ରୀମୁଖକୁ ଦେଖି ଦେଲେ ଭାବବିହ୍ବଳ ହୋଇପଡନ୍ତି ଭକ୍ତ । ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । କିଏ ତାକୁ କାଳିଆ ସାଆନ୍ତ ଡାକେ ତ ପୁଣି କିଏ ବଡ଼ ଠାକୁର ବୋଲି କୁହେ । ଜଗତର କଲ୍ୟାଣ ମନାସି ବିଶ୍ବ ନିୟନ୍ତାଙ୍କ ପାଖରେ ପ୍ରତିଦିନ ହୋଇଥାଏ ମଙ୍ଗଳ ଆଳତୀ । ସବୁଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ପ୍ରଭାତରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସମ୍ପନ୍ନ ପରେ ମଙ୍ଗଳ ଆଳତୀ ହୋଇଛି । ଘଣ୍ଟଘଣ୍ଟା, ଦୀପ ଓ ମନ୍ତ୍ରୋଚାରଣ ସହିତ କରାଯାଇଥିଲା ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କଲେ ଦିନ ଶୁଭମୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ମଙ୍ଗଳ ଆଳତୀ ଦେଖିବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ପ୍ରତିଦିନ ସକାଳେ ଶହଶହ ଭକ୍ତଙ୍କ ସମାଗମ ହୋଇଥାଏ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.