ବାପା-ପୁଅଙ୍କ ଉପରେ ମାଡି ଗଲା ବୋଲେରୋ, ଜଣେ ମୃତ

By ETV Bharat Odisha Team

Published : Nov 4, 2023, 7:40 AM IST

thumbnail

ଫୁଲବାଣୀ: କନ୍ଧମାଳରେ ଦୁଃଖଦ ଘଟଣା । ଚାଲି ଚାଲି ଯାଉଥିବା ବେଳେ ବାପା, ପୁଅଙ୍କ ଉପରେ ମାଡି ଗଲା ବୋଲେରୋ । ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଆହତ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ପଞ୍ଚାୟତ ତେଲିମୁଣ୍ଡା ଛକ ନିକଟରେ । ମୃତକ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବାଲିଗୁଡା ଥାନା ବାଟଗୁଡା ପଞ୍ଚାୟତର ଯୁଗଳ ଡିଗାଲ ଓ ତାଙ୍କ ପୁଅ ହେଉଛନ୍ତି କୁଶ ଡିଗାଲ ।  

ଏହା ମଧ୍ୟ ପଢନ୍ତୁ-Road Mishap in Rayagada: କାର୍ ଧକ୍କାରେ ଶ୍ରମିକ ମୃତ, ୩ ଗୁରୁତର

ଉଭୟ ଫୁଲବାଣୀରୁ ଶୁକ୍ରବାର ଭୋର ସମୟରେ ଆସି ଏକ ଗାଡ଼ିରେ ଫିରିଙ୍ଗିଆରେ ପହଞ୍ଚିଥିଲେ । ସେଠାରୁ ସାରଙ୍ଗଗଡ଼କୁ ଚାଲିଚାଲି ଯାଉଥିବା ସମୟରେ ତେଲିମୁଣ୍ଡା ଛକ ନିକଟରେ ଫିରିଙ୍ଗିଆ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ଉଭୟଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବାପା ଯୁଗଳଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ କୁଶ ଡିଗାଲ ସାମାନ୍ୟ ଆହତ ହୋଇଥିଲେ । ବୋଲେରୋ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ କିଛି ଦୂରରେ ବୋଲେରୋର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ସଙ୍ଗେ ସଙ୍ଗେ ଘଟଣା ସ୍ଥଳରୁ ବୋଲେରୋ ଡ୍ରାଇଭର ଓ ସେଥିରେ ବସିଥିବା କିଛି ଲୋକ ଫେରାର ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇଁ ଫିରିଙ୍ଗିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।  

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.