ପରଟାରେ ଦର୍ଶନ ଦେଲେ ଜଗନ୍ନାଥ ! ପୂଜାର୍ଚ୍ଚନା କଲେ ଲୋକେ

By ETV Bharat Odisha Team

Published : Aug 25, 2023, 3:43 PM IST

thumbnail

ଭବାନୀପାଟଣା: ଆସ୍ଥା ଓ ବିଶ୍ଵାସ ଉପରେ ଚାଲିଛି ଦୁନିଆ । ଅନେକ ସମୟରେ କିଛି ଘଟଣା ଆହୁରି ମନର ବିଶ୍ବାସକୁ ଦୃଢ଼ୀଭୂତ କରିଥାଏ । ବିଜ୍ଞାନ ଓ ଡିଜିଟାଲ ଯୁଗରେ ବେଳେ ବେଳେ କିଛି ଘଟଣା ଯାହା ଲୋକଙ୍କ ମନରେ ଆସ୍ଥା ଅତୁଟ ଭାବେ ବାନ୍ଧିବା ସହ ବିଶ୍ବାସକୁ ଦୁଇଗୁଣା କରିଥାଏ । ଏଇ ଯେମିତି ରୁଟିରେ ଜଗନ୍ନାଥ ତ ପୁଣି କେତେବେଳେ ଠାକୁର କ୍ଷୀର ପିଇବା ଘଟଣା ସମସ୍ତଙ୍କୁ ଚକିତ କରିଥାଏ । ଠିକ ସେମିତି କଳାହାଣ୍ଡି ଜିଲ୍ଲାରେ ପରଟାରେ ଜଗନ୍ନାଥଙ୍କ ପ୍ରତିଛବି ଦେଖାଯିବା ଘଟଣା ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । 

ସୂଚନା ଅନୁଯାୟୀ, ଜିଲ୍ଲାର ଭବାନୀପାଟଣା ସହର ବଡ ପଡ଼ାର ଭବାନୀଶଙ୍କର ମନ୍ଦିର ନିକଟରେ ଥିବା ସେନା ନାଗଙ୍କ ଘରେ ପରଟାରେ ଜଗନ୍ନାଥଙ୍କ ପ୍ରତିଛବି ଦେଖିବାକୁ ମିଳିଛି । ସେନା ନାଗଙ୍କ ବୋହୂ ପରିବାର ଲୋକଙ୍କ ପାଇଁ ସକାଳ ଜଳଖିଆ ଲାଗି ପରଟା ତିଆରି କରୁଥିଲେ। ଏହି ସମୟରେ ପରଟାରେ ଜଗନ୍ନାଥଙ୍କ ଅବିକଳ ଚିତ୍ର ଦେଖିବାକୁ ପାଇ ତୁରନ୍ତ ପରିବାର ଲୋକଙ୍କ କହିବା ପରେ ସମସ୍ତେ ଆସି ଦେଖିଥିଲେ । ପରଟାରେ ଜଗନ୍ନାଥଙ୍କ ଦୁଇ ନୟନ ଦେଖି ସମସ୍ତେ ଭାବ ବିହ୍ବଳ ହୋଇ ପଡ଼ିଥିଲେ । ପରେ ଆରମ୍ଭ କରିଥିଲେ ପୂଜାର୍ଚ୍ଚନା । ଧୂପ, ଦୀପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କଲେ । ଏହି ଅଲୌକିକ ଦୃଶ୍ୟ ଦେଖିବ ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । 

କହି ରଖୁଛୁ କି 'ଇଟିଭି ଭାରତ' କୌଣସି ଅନ୍ଧବିଶ୍ବାସ ସହ ଜଡ଼ିତ ଖବରକୁ ପ୍ରୋତ୍ସାହନ ଦିଏନାହିଁ, କି ଲୋକଲୋଚନକୁ ମଧ୍ୟ ଆଣିନଥାଏ । କିନ୍ତୁ ଆସ୍ଥା ଏବଂ ଲୋକଙ୍କ ବିଶ୍ବାସ ସହ ଜଡ଼ିତ ଖବରକୁ ସଠିକ ତଥ୍ୟ ସହିତ ପ୍ରସାରଣ କରିଥାଏ । 
 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.