ମନ ମୋହୁଛି କନାଟିଆ ଏବଂ ସିନ୍ଦୋଳର ଲକ୍ଷ୍ମୀ ନାରାୟଣ ପୂଜା ପରମ୍ପରା

By ETV Bharat Odisha Team

Published : Oct 29, 2023, 1:17 PM IST

thumbnail

ଭଦ୍ରକ: ଭଦ୍ରକ ଜିଲ୍ଲାର ବିଭିନ୍ନ ମଣ୍ଡପରେ ଚାଲିଛି ଗଜଲକ୍ଷ୍ମୀ ପୂଜା। ଏକ ସପ୍ତାହ ଧରି ଏଠାରେ ଗଜଲକ୍ଷ୍ମୀଙ୍କ ପୂଜା କରାଯିବ । ଆକର୍ଷଣୀୟ ପୂଜା ମଣ୍ଡପ ସହ ଆଲୋକ ସଜ୍ଜା ଲୋକମାନଙ୍କ ମନମୋହୁଛି । ତେବେ ଭଦ୍ରକ ଜିଲ୍ଲା ତିହିଡିି ବ୍ଲକ ଅନ୍ତର୍ଗତ ସିନ୍ଦୋଳର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀ ନାରାୟଣ ପୂଜା ପାଳନ କରାଯାଉଛି । ତେବେ ସିନ୍ଦୋଳ ନୂଆ ପାଟଣା ଠାରେ 1922 ମସିହାଠାରୁ ଲକ୍ଷ୍ମୀନାରାୟଣ ପୂଜା ପାଳିତ ହୋଇ ଆସୁଥିବା ବେଳେ ଭଦ୍ରକ-ଚାନ୍ଦବାଲି ରାସ୍ତା ପାଶ୍ୱର ସିନ୍ଦୋଳ ମୁଖ୍ୟ ବଜାର ଠାରେ 1974 ମସିହାରୁ ପୂଜା ହୋଇଆସୁଛି ।

ଏହାମଧ୍ୟ ପଢନ୍ତୁ..ଧନଧାତ୍ରୀଙ୍କ ଧରାବତରଣ, ଆରମ୍ଭ ହେଲା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ସେହିପରି ମଙ୍ଗଳପୁର ଅନ୍ତର୍ଗତ କନାଟିଆ ଗାଁରେ 1960 ମସିହାରୁ ଲକ୍ଷ୍ମୀ ନାରାୟଣ ପୂଜା ହୋଇ ଆସୁଛି । ଏହି ପୂଜା ମଣ୍ଡପର ମୁଖ୍ୟ ଆକର୍ଷଣ ହେଉଛି ଲକ୍ଷ୍ମୀଙ୍କ ବାହାନ ରାଜପେଚାଙ୍କ ଆବିର୍ଭାବ । ଏକାଧିକ ରାଜପେଚା ପୂଜା ସମୟରେ ଏଠାରେ ଦେଖାଯାଇଥାନ୍ତି । ତେବେ ଭଦ୍ରକରେ ମାଆଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.