କେରଳ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉପରାଷ୍ଟ୍ରପତି, ସ୍ବାଗତ କଲେ ବିଜୟନ

By

Published : May 22, 2023, 4:20 PM IST

thumbnail

ଥିରୁଅନନ୍ତପୁରମ: କେରଳ ଗସ୍ତରେ ଥିବା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆଜି (ସୋମବାର) କେରଳ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ (କ୍ଲିଫ ହାଉସ)ରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସପରିବାର ସ୍ବାଗତ କରିଥିଲେ । କିଛି ସମୟ ଉପରାଷ୍ଟ୍ରପତି ଦମ୍ପତି ମଧ୍ୟ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ପରିବାର ସହ ସମୟ କାଟିଥିଲେ । ଉପରାଷ୍ଟ୍ରପତି କେରଳ ବିଧାନସଭା ବିଲ୍ଡିଂର ସିଲଭର ଜୁବଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିବେ । ସପତ୍ନୀକ କେରଳ ଗସ୍ତ କରିଥିବା ଉପରାଷ୍ଟ୍ରପତି ଧନଖଡ ଗତକାଲି (ରବିବାର) ଅପରାହ୍ନରେ ରାଜଧାନୀ ଥିରୁଅନନ୍ତପୁରମରେ ଥିବା ପ୍ରସିଦ୍ଧ ପଦ୍ମନାଭ ସ୍ବାମୀ ମନ୍ଦିରରେ ଦର୍ଶନ କରିଥିଲେ । ଉପରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ପ୍ରୋଟୋକଲ ଅନୁସାରେ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା ଗ୍ରହଣ କରଯାଇଥିଲା । ଆଜି ସେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି । ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ଧନଖଡଙ୍କ ପ୍ରଥମ କେରଳ ଗସ୍ତ । ନିକଟରେ ସେ ବ୍ରିଟେନରେ ରାଜା ଚାର୍ଲ୍ସ ତୃତୀୟଙ୍କ ରାଜ୍ଯାଭିଷେକ ସମାରୋହରେ ମଧ୍ୟରେ ସାମିଲ ହୋଇ ଭାରତକୁ ପ୍ରତିନିଧିତ୍ବ କରିଥିଲେ । ଦେଖନ୍ତୁ ଭିଡିଓ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.