ପାରମ୍ପରିକ ନୃତ୍ୟ ଗୀତ ସହ ଶୋଭାଯାତ୍ରାରେ ବିଦାୟ ନେଲେ ମା' ଦଶଭୂଜା

By ETV Bharat Odisha Team

Published : Oct 27, 2023, 10:14 PM IST

thumbnail

ଫୁଲବାଣୀ: ଶାରଦୀୟ ଦଶହରା ପର୍ବ ସାରି ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା' ଦୁର୍ଗା । ଫୁଲବାଣୀ ସହରର ବିଭିନ୍ନ ମଣ୍ଡପରେ ସ୍ଥାପିତ ଦେବୀଙ୍କ ମୃଣ୍ମୟୀ ପ୍ରତିମାକୁ ଆଜି ବିସର୍ଜନ କରାଯାଇଛି । ଏନେଇ ସନ୍ଧ୍ୟାରେ ଆୟୋଜିତ ହୋଇଥିଲା ଭସାଣି ଉତ୍ସବ । ବିଭିନ୍ନ ମେଢକୁ ଏକତ୍ର ନିଆଯାଇ ସ୍ଥାନୀୟ ଆଇଟିଆଇ ନିକଟରେ ନିର୍ମିତ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଛି । ପୂଜା କମିଟି ସଦସ୍ୟମାନଙ୍କ ସମେତ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନ ସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇ ଦେବୀଙ୍କ ମେଢ ସହିତ ସହର ପରିକ୍ରମା କରିଥିଲେ । ବାଜା, ବାଦ୍ୟ ଓ ପାରମ୍ପରିକ ନୃତ୍ୟ ଗୀତ ସହ ଶୋଭାଯାତ୍ରାରେ ଯାଇ ଦେବୀଙ୍କୁ ବିଦାୟ ଦେଇଛନ୍ତି ସହରବାସୀ । ଭଷାଣୀ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ଯକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ଫଲବାଣୀରେ ଶାରଦୀୟ ଦୁର୍ଗାପୂଜା ଉତ୍ସବ ସୁରୁଖୁରୁରେ ଶେଷ ହୋଇଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.